ଗୋପବନ୍ଧୁ ଜୟନ୍ତୀ (ସେବା ଦିବସ) ପାଳନ ହୋଇଯାଇଛି।
ବରଗଡ ୯,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଜୟନ୍ତୀ (ସେବା ଦିବସ) ପାଳିତ ହୋଇଯାଇଅଛି।ଏ ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭକାମନା କରି ଗୋପବନ୍ଧୁଙ୍କ ଜୀବନୀ ଓ ତାଙ୍କ ସେବା କାର୍ଯ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଶ୍ରୀମତୀ ଶ୍ରୁତି ନାଏକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁଶ୍ରୀ ରିଙ୍କିରାଣୀ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀମତୀ ଭାର୍ଗବୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଓ ଗୁରୁମା ଗୁରୁଜୀ ମାନଙ୍କ ଦ୍ୱାରା ସେବା କାର୍ଯ୍ୟ କରାଯାଇଥିଲା।ସମସ୍ତ ଗୁରୁମା, ଗୁରୁଜୀ ସହଯୋଗ କରିଥିଲେ।
