Home / Odisha News / ବ୍ଲକ କଲୋନୀ ବସ୍ତିଙ୍ଗିଆ ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ କଲୋନୀ ବସ୍ତିଙ୍ଗିଆ ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ କଲୋନୀ ବସ୍ତିଙ୍ଗିଆ ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ କଲୋନୀ ବସ୍ତିଙ୍ଗିଆ ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ….

କନ୍ଧମାଳ :୬/୨୬(ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଳକ ବିଲାବାଡା କ୍ଳଷ୍ଟର ରେ ଯାଉଥିବା ଚକାପାଦ ବ୍ଳକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ୨୦୨୬ ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତ୍ୟୁଷ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ବୈନେତ୍ରୀ କହଁର,ସମ୍ମାନିତ ଅତିଥି ଭାଇସ ଚେ୍ରମ୍ୟାନ ସୋମନାଥ ବେହେରା,ସ୍ଥାନୀୟ ସରପଞ୍ଚ ଚିରଞ୍ଜିବି କହଁର , ସାମ୍ବାଦିକ ବାଳକୃଷ୍ଣ କହଁର, ସ୍କୁଲ ସଭାପତି କାମରାଜ କହଁର,ବିଭିନ୍ନ ସି ଆର ସି ସି ମାନେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଲାବାଡା କ୍ଳଷ୍ଟର ର ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଏହାକୁ ବିଲାବାଡା ସିଆରସିସି ତଥା ଆୟୋଜକ ବ୍ରହ୍ମାନନ୍ଦ ଦିଗାଲ ପରିଚାଳନା କରିଥିବା ବେଳେ ଶିକ୍ଷକ ରାଜେଶ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରତିଯୋଗିତା, ବକୃତା, ପ୍ରବନ୍ଧ, ସଂଗୀତ,ସାସ୍କୃତିକ କାର୍ଯ୍ୟକ୍ରମ, କୁଇଜ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହ ପ୍ରଥମ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ଙ୍କୁ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୀତ କରାଯାଇଥିଲା।