Home / Odisha News / ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…

ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…

ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ...

ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ର କଟିମାହା ପଞ୍ଚାୟତ ସ୍ଥିତ ପଧାନପଡା ବିଦ୍ୟାଳୟ ଠାରେ ଚଳିତ ବର୍ଷ ର କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି I ଏହି ସମାରୋହ ରେ ମୁଖ୍ୟ ଅତିଥି ରୂପେ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର, ସମ୍ମାନିତ ଅତିଥି ରୁପେ ଟିକାବାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କହଁର ପ୍ରମୁଖ ଉପସ୍ଥିତ ଥିଲେ I ଏହି ଶିଶୁପ୍ରତିଭା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କଟିମାହା ପଞ୍ଚାୟତ ର ସମସ୍ତ ବିଦ୍ୟାଳୟ ରୁ ଅନେକ ଶିଶୁ ପ୍ରତିଭା ଏହି କ୍ଳଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ I ସେଥିରେ ଚିତ୍ରାଙ୍କନ, ବିତର୍କ, ବକୃତା, ନୃତ୍ୟ, ଚିତ୍ରକଳା, ଶିଳ୍ପକଳା, କୁଇଜ଼, ଶ୍ରୁତଲିଖନ, ଗଳ୍ପ କଥନ, ଗଣିତ ଦୌଡ଼ ଭଳି ପ୍ରମୁଖ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମ ରେ କଟିମାହା କ୍ଳଷ୍ଟର ର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସୁଚାରୁ ରୂପେ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମ ର ସଭାପତି ରୂପେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଅନନ୍ତ କୁମାର ମଲ୍ଲିକ ଙ୍କୁ ମନୋନୀତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ କୁ କଟିମାହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ I ପରିଶେଷରେ ରେ ସମସ୍ତ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀ ଙ୍କୁ ପରବର୍ତ୍ତୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ରହିବା ପାଇଁ କହି ସଭା ସାଙ୍ଗ କରାଯାଇଥିଲା I