Home / Odisha News / Happy to help / ଲିଭ ଫର ଅଦର୍ସ ଓ ଏସଏସପିଏଲର ରକ୍ତଦାନ ଶିବିର, ୩୩ ୟୁନିଟରକ୍ତ ସଂଗ୍ରହ ଓ ଉଲ୍ଲେଖନୀୟ ବ୍ୟକ୍ତିତ୍ବଙ୍କୁ ସମ୍ମାନ ପ୍ରଦାନ

ଲିଭ ଫର ଅଦର୍ସ ଓ ଏସଏସପିଏଲର ରକ୍ତଦାନ ଶିବିର, ୩୩ ୟୁନିଟରକ୍ତ ସଂଗ୍ରହ ଓ ଉଲ୍ଲେଖନୀୟ ବ୍ୟକ୍ତିତ୍ବଙ୍କୁ ସମ୍ମାନ ପ୍ରଦାନ

ଲିଭ ଫର ଅଦର୍ସ ଓ ଏସଏସପିଏଲର ରକ୍ତଦାନ ଶିବିର, ୩୩ ୟୁନିଟରକ୍ତ ସଂଗ୍ରହ ଓ ଉଲ୍ଲେଖନୀୟ ବ୍ୟକ୍ତିତ୍ବଙ୍କୁ ସମ୍ମାନ ପ୍ରଦାନ

ଲିଭ ଫର ଅଦର୍ସ ଓ ଏସଏସପିଏଲର ରକ୍ତଦାନ ଶିବିର, ୩୩ ୟୁନିଟରକ୍ତ ସଂଗ୍ରହ ଓ ଉଲ୍ଲେଖନୀୟ ବ୍ୟକ୍ତିତ୍ବଙ୍କୁ ସମ୍ମାନ ପ୍ରଦାନ ସେମିଳିଗୁଡା.ତାରିଖ ୬-୧୦-୨୦୨୬-ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ , ସୋଲାର ସିଣ୍ଡିକେଟ୍ ପ୍ରାଇଭେଟ୍ ଲିମିଟେଡର ସହଯୋଗରେ ସେବା ସଂକଳ୍ପ ଅଭିଯାନରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲା। ଏହି ଶିବିରରେ ମୂଖ୍ଯ ଅତିଥି ଭାବରେ ସୁନାବେଡା ଡିଭିଜନ ଟିପିସିଡିଓଏଲର ଏସଡିଓ ଗୋପାଳକୃଷ୍ଣ ପ୍ରଧାନ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିରର ପ୍ରାରମ୍ଭରେ ସେମିଳିଗୁଡା ଅଂଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ କରିଥିବାପାଇଁ କେତେକ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇ ଥିଲା।ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ଯବସାୟୀ ଆନନ୍ଦ କୁମାର ପାଟୱାନିଆ, ଆୟୁର୍ବେଦ ଔଷଧ ପ୍ରଦାନ କରି ଚିକିସ୍ଚା ଓ ପରିବେଶ ସୁରକ୍ଷାପାଇଁ ଆୟୁର୍ବେଦିକ ଚିକିସ୍ଚକ ହରି ପାଙ୍ଗୀ, ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷସାଧନ ପାଇଁ ପ୍ରମେୟର ଯୁବ ସାମ୍ବାଦିକ ସ୍ଵସ୍ତିକ ମିଶ୍ର,ବୈଜ୍ଞାନିକ ଶୈଳୀରେ ବିଭିନ୍ନ ବିଷୟ ପ୍ରଦର୍ଶନ ପାଇଁ ବୁଲୁ ମିସ୍ତ୍ରୀଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ସଂସ୍ଥାର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ।ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଂଗଠନିକ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ରକ୍ତଦାତ୍ରୀ ସଂପାଦିକା ସ୍ନିଗ୍ଧାରାଣୀମିଶ୍ର ତାଙ୍କର ୫୮ତମ ରକ୍ତଦାନ କରିଥିଲେ।ଏହି ଶିବିରରେ ସମୁଦାୟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।ଲିଭ ଫର ଅଦର୍ସର ବିଶ୍ବ ବନ୍ଦିତା ପାଣିଗ୍ରାହୀ,ଅନିରୁଦ୍ଧ ଜେନା,ମନୋଜ ପାଣିଗ୍ରାହୀ,ବିଜୟ ସାହୁ,ଗୋବିନ୍ଦ ପାଢୀ,ନୀଳମାଧବ ପାତ୍ର,ସୂଜିତ ଖଟେଇ ପ୍ରମୁଖ ସହଯୋଗ କରିଥିଲେ।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ ଓ ତାଙ୍କ ସହିତ ଦେବବ୍ରତ ଦାଶଗୀତାଂଜଳି ରାଉତ, ସଂଜୟ ସିଂ,ରବିନ୍ଦ୍ର ମିଶ୍ର ରକ୍ତ ସଂଗ୍ରହ କରିଥିଲେ। ଜସ୍ମିନ, ରାହୁଲ,ନୀଲୁ,ଯୋଗେନ୍ଦ୍ର ସହଯୋଗ କରିଥିଲେ।