ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ଅବସରରେ ଜନସମ୍ପର୍କ ପଦଯାତ୍ରା ରେ ଜନ ସମୁଦ୍ର ।

ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ଅବସରରେ ଜନସମ୍ପର୍କ ପଦଯାତ୍ରା ରେ ଜନ ସମୁଦ୍ର ।

ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ଅବସରରେ ଜନସମ୍ପର୍କ ପଦଯାତ୍ରା ରେ ଜନ ସମୁଦ୍ର ।

ଗଜପତି 3/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):

ଗାନ୍ଧିଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମାଛମରା ଓ କଣ୍ଟାଗଡ଼ ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ବିଜେଡିର ନେତା, ପଦାଧିକାରୀ, ଯୁବ ଓ ଛାତ୍ର ନେତା, ମହିଳା କର୍ମୀ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।
ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା ଓ ଗଜପତି ରାଓଙ୍କ ସମେତ ଦଳର ବିଭିନ୍ନ ନେତା ଓ କର୍ମୀ ଉପସ୍ଥିତ ଥିଲେ।