ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ଏବିଭିପି ର ଶାଖା ଗଠନ.

ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ଏବିଭିପି ର ଶାଖା ଗଠନ.

ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ଏବିଭିପି ର ଶାଖା ଗଠନ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗର ର ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ ନିମନ୍ତେ ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଇଛି l ଛାତ୍ର ସଂସଦ ନିର୍ବାଚନ କୁ ଆଖି ଆଗରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ପ୍ରସ୍ତୁତ ଆରମ୍ଭ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତ ର ରାଜ୍ୟ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରୁଦ୍ର ପ୍ରସାଦ ସେଠୀ, ଜିଲ୍ଲା ସଂଯୋଜକ ଶୁଭମ୍ ଜ୍ୟୋତି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳକଣ୍ଠ ନାୟକ, ଫୁଲବାଣୀ ନଗର ସହ ସଂପାଦକ ପ୍ରବୀଣ କୁମାର କହଁର, ରାକେଶ ସାମଲ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।