ଜୀବନ ବଞ୍ଚାଇଥିବା କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା

ଜୀବନ ବଞ୍ଚାଇଥିବା କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା

ଜୀବନ ବଞ୍ଚାଇଥିବା କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା

ନୂଆଦିଲ୍ଲୀ: ଫ୍ଲାଏଦୁବାଇ ବିମାନରେ ଘଟିଥିବା ଗୁରୁତର ସୁରକ୍ଷା ଘଟଣା ସମୟରେ ସାହସ, ଧୈର୍ଯ୍ୟ ଓ ପ୍ରସଙ୍ଗୋପଯୋଗୀ ନିଷ୍ପତ୍ତି ନେଇ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷାରେ ଭୂମିକା ନେଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଲ୍‌ ମାଧ୍ୟମରେ କଥା ହୋଇଛନ୍ତି।ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ FZ1073 ବିମାନରେ କକ୍ପିଟ୍‌ ଭିତରେ ଏକ ଗୁରୁତର ଘଟଣା ଘଟିଥିଲା। ଘଟଣା ସମୟରେ କ୍ୟାପଟେନ୍ ମାଚ୍ଛର ଆହତ ହୋଇଥିଲେ ମଧ୍ୟ ବିମାନର ନିୟନ୍ତ୍ରଣ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ରଖିଥିଲେ। ପରେ ବିମାନକୁ ସୁରକ୍ଷିତ ଭାବେ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କ୍ୟାପଟେନ୍ ମାଚ୍ଛରଙ୍କ ସାହସ, ପ୍ରସଙ୍ଗୋପଯୋଗୀ ନିଷ୍ପତ୍ତି ଓ କର୍ତ୍ତବ୍ୟନିଷ୍ଠାର ପ୍ରଶଂସା କରିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିଥିଲେ। ଆହତ କ୍ୟାପଟେନ୍ ବର୍ତ୍ତମାନ ଆବୁଧାବିରେ ଚିକିତ୍ସାଧୀନ ଥିବା ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ରିପୋର୍ଟରେ କୁହାଯାଇଛି। କଥାବାର୍ତ୍ତା ସମୟରେ କ୍ୟାପଟେନ୍ ମାଚ୍ଛର ସେହି ଭୟଙ୍କର ମୁହୂର୍ତ୍ତର ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ସଙ୍କଟ ସମୟରେ ସେ ହନୁମାନ ଚାଳିଶା ପାଠ କରୁଥିଲେ ବୋଲି ମଧ୍ୟ କହିଥିବା ରିପୋର୍ଟ ହୋଇଛି। କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ଦେଶବ୍ୟାପୀ ଭାବେ ପ୍ରଶଂସା କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ପ୍ରସଙ୍ଗୋପଯୋଗୀ ପଦକ୍ଷେପ ଓ ସାହସକୁ ପ୍ରଶଂସା କରିଛନ୍ତି।

କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ଶୀଘ୍ର ସୁସ୍ଥତା କାମନା କରୁଛି ସମଗ୍ର ଦେଶ।