ସ୍ୱଚ୍ଛତାର ବାର୍ତ୍ତା ନେଇ ସୁନାବେଡ଼ାରେ ଜନ ସଚେତନତା ପଦଯାତ୍ରା
ସୁନାବେଡ଼ା: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ତଥା ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅନ୍ତର୍ଗତ ସୁନାବେଡ଼ା-୧ ସ୍ଥିତ ଗାନ୍ଧୀ ପାର୍କଠାରେ ଏକ ଜନ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା।ସୁନାବେଡ଼ା ପୌରପାଳିକାର ଅଧ୍ୟକ୍ଷଙ୍କ ସହ ସମସ୍ତ ପୌରପାଳିକା ସଦସ୍ୟ, ପୌର କର୍ମଚାରୀ ଓ ସମସ୍ତ ସ୍ୱଚ୍ଛତା କର୍ମଚାରୀ ଏହି ପଦଯାତ୍ରାରେ ସାମିଲ ହୋଇ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ।ପଦଯାତ୍ରା ମାଧ୍ୟମରେ ସହରକୁ ସ୍ୱଚ୍ଛ ରଖିବା, ପରିବେଶର ସୁରକ୍ଷା କରିବା, ଆବର୍ଜନାକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା ଏବଂ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ପ୍ରତି ଚିନ୍ତାଧାରାକୁ ଆଧାର କରି “ସ୍ୱଚ୍ଛତା ହିଁ ସେବା” ବାର୍ତ୍ତାକୁ ଜନଜନଙ୍କ ନିକଟରେ ପହଞ୍ଚାଇବା ସହ ‘ସ୍ୱଚ୍ଛ ସୁନାବେଡ଼ା, ସୁନ୍ଦର ସୁନାବେଡ଼ା’ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଓ ସହଭାଗିତାର ଆହ୍ୱାନ କରାଯାଇଥିଲା।
