ଗଞ୍ଜେଇ ମାମଲାରେ ମଣ୍ଡଳ ସଭାପତି ଗିରଫ ।

ଗଞ୍ଜେଇ ମାମଲାରେ ମଣ୍ଡଳ ସଭାପତି ଗିରଫ ।

ଗଞ୍ଜେଇ ମାମଲାରେ ମଣ୍ଡଳ ସଭାପତି ଗିରଫ ।

ଆର -ଉଦୟଗିରି ୧.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ପାଞ୍ଚ ବର୍ଷ ପୁରୁଣା ଗଞ୍ଜେଇ ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ମାମଲାରେ ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟର ସମନକୁ ବାରମ୍ବାର ଏଡ଼ାଇବା ମହଙ୍ଗା ପଡ଼ିଛି। ଶେଷରେ ପୋଲିସ ପଦ୍ମପୁରରେ ପହଞ୍ଚି ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ୨୦୨୧ ମସିହାରେ ଏକ ଗଞ୍ଜେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ। ତେବେ ମାମଲାର ପରବର୍ତ୍ତୀ ପ୍ରକ୍ରିୟାରେ କୋର୍ଟ ପକ୍ଷରୁ ଜାରି ସମନକୁ ସେ ବାରମ୍ବାର ଏଡ଼ାଇ ଆସୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହାପରେ ଆର.ଉଦୟଗିରି ପୋଲିସ ଆଜି ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ପଦ୍ମପୁର ଇନ୍ଦିରାନଗର ସୁନାରି ସାହିର ବାଙ୍କେଶ୍ୱର ପ୍ରଧାନ। ତେବେ ଘଟଣାର ଆଉ ଏକ ଦିଗ ଏବେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। ୨୦୨୧ର ଏହି ଗଞ୍ଜେଇ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ବାଙ୍କେଶ୍ୱର ପ୍ରଧାନ ବର୍ତ୍ତମାନ ବିଜେପିର ପଦ୍ମପୁର ମଣ୍ଡଳ ସଭାପତି ଭାବେ ଦାୟିତ୍ୱରେ ଅଛନ୍ତି। ତାଙ୍କ ଗିରଫକୁ ନେଇ ଏବେ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।