ଲିଭ ଫର ଅଦର୍ସ ଓ ଏଫବିଡିଓ ଜାତୀୟ ରକ୍ତଦାନ ଦିବସରେ ସମ୍ବର୍ଦ୍ଧିତ

ଲିଭ ଫର ଅଦର୍ସ ଓ ଏଫବିଡିଓ ଜାତୀୟ ରକ୍ତଦାନ ଦିବସରେ ସମ୍ବର୍ଦ୍ଧିତ

ଲିଭ ଫର ଅଦର୍ସ ଓ ଏଫବିଡିଓ ଜାତୀୟ ରକ୍ତଦାନ ଦିବସରେ ସମ୍ବର୍ଦ୍ଧିତ

ସେମିଳିଗୁଡା.ତାରିଖ ୧,୧୦,୨୦୨୬,ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ଓ ଓଡିଶା ରକ୍ତଦାତା ମହାସଂଘ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଜାତୀୟ ରକ୍ତଦାନ ଦିବସରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ରକ୍ତଦାନ କେନ୍ଦ୍ର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଛନ୍ତି।ସବୁଠାରୁ ଅଧିକ ରକ୍ତଦାନ ଶିବିରର ଆୟୋଜନ ପାଇଁ ଜିଲ୍ଲାରେ ପ୍ରଥମ ଓ ସର୍ବାଧିକ ରକ୍ତ ସଂଗ୍ରହ ପାଇଁ ଏଫବିଡିଓ ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଲିଭ ଫର ଅଦର୍ସ ମଧ୍ଯ ବହୁ ଶିବିର ଆୟୋଜନ କରି ପ୍ରଶଂସିତ ହୋଇଛନ୍ତି।ଏହି ସମ୍ମାନ ଫଳକକୁ ଦୁଇଟି ସଂସ୍ଥାର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର , ଲିଭ ଫର ଅଦର୍ସର ସଭାପତି ଓ ଏଫବିଡିଓର ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସଭାପତି ବିଜୟ ସାହୁ,କାର୍ଯ୍ଯକାରୀ ସଭାପତି ପ୍ରଦୀପ ତ୍ରିପାଠୀ ପ୍ରମୁଖ ମେଡିକାଲ କଲେଜର ଡିନ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ଗ୍ରହଣ କରିଥିଲେ।