SEWA Paper Mill ପୁନଃ ଚାଲୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନ

SEWA Paper Mill ପୁନଃ ଚାଲୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନ

SEWA Paper Mill ପୁନଃ ଚାଲୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନ

ଜୟପୁର: ଦୀର୍ଘଦିନ ଧରି ବନ୍ଦ ଥିବା SEWA Paper Millକୁ ପୁନଃ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଉଠାଯାଇଛି।ମିଲ୍‌ ବନ୍ଦ ଯୋଗୁଁ ଉତ୍ପାଦନ ବନ୍ଦ ରହିବା ସହ ଦୀର୍ଘଦିନ ଧରି ଦରମା ନପାଇ କର୍ମଚାରୀ ଓ ସେମାନଙ୍କ ପରିବାର ସମସ୍ୟାରେ ରହିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି।ଆଗାମୀ ବିଧାନସଭା ଅଧିବେଶନ ସମୟରେ ଶିଳ୍ପମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ବୈଠକ କରି SEWA Paper Millକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନ ଦେଇଥିବା କୁହାଯାଇଛି।ଏଥିସହ କର୍ମଚାରୀଙ୍କ ବକେୟା ଦରମା, EPFO, gratuity ଓ leave salary ଭଳି ଅଧିକାରର ସମାଧାନ ଦାବି ମଧ୍ୟ ଉଠାଯାଇଛି।SEWA Paper Mill ପୁଣି ଚାଲୁ ହେଲେ ଜୟପୁରର ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ଏହା ଏକ ବଡ଼ ଆଶା ସୃଷ୍ଟି କରିବ।