ବନ୍ୟା ପ୍ରଭାବିତ କୋଟପାଡ଼ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
କୋଟପାଡ଼, ୨୭ ସେପ୍ଟେମ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ପିରିଞ୍ଜି ଓ ଚାନ୍ଦିଲି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର ଆଶ୍ରୟସ୍ଥଳୀରେ ପହଞ୍ଚି ବନ୍ୟା ପୀଡ଼ିତଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ।
ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ଶିଶୁ ଖାଦ୍ୟ ଓ ଔଷଧ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ। ବନ୍ୟା ପୀଡ଼ିତଙ୍କୁ ନିୟମାନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।
ପରେ ଜୟପୁର ବିମାନବନ୍ଦରରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପରିସ୍ଥିତି ନେଇ ସମୀକ୍ଷା ବୈଠକ କରିଥିଲେ। ବନ୍ୟା ପୀଡ଼ିତଙ୍କୁ ୧୫ ଦିନର ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ସହ କ୍ଷୟକ୍ଷତି ଆକଳନ ଓ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
