ଗଛ ବଞ୍ଚିଲେ ଆମେ ବଂଚିବା ଲରମ୍ଭା କଲେଜରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବରଗଡ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା କଲେଜଠାରେ ସବୁଜ ବଳୟ ଉଦ୍ଦେଶ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଅଛି | ପ୍ରଥମ ଦିବସରେ ପାଞ୍ଚସହ ଚାରା ରୋପଣ କରାଯାଇଥିଲା | କଲେଜ ଦାୟିତ୍ୱରେ ଥିବା ଭାର ପ୍ରାପ୍ତ ଅଧ୍ୟକ୍ଷ ଡ଼. ଅନ୍ତର୍ୟାମି ବେହେରାଙ୍କ ତତ୍ୱାବଧାନରେ ମୁଖ୍ୟଅତିଥି ଭାବରେ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଗୋରାଚାନ୍ଦ ମହାପାତ୍ର ଯୋଗଦାନ କରି ବୃକ୍ଷରୋପଣ କରିଥିଲେ | ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କାଦୋବାହାଲ ଶାଖାର ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ସହଯୋଗୀ ଶ୍ରୀ ଧର ଭୋସାଗର, ମହାଶକ୍ତି ଫାଉଣ୍ଡେସନର ଜୟନ୍ତୀ ପ୍ରଧାନ ଉପସ୍ଥିତ ରହି ଚାରା ରୋପଣର ତଦାରଖ କରିଥିଲେ | ଭୁବନେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ସହଯୋଗ କ୍ରମେ ଲେମ୍ବୁ, କମଳା, ସପେଟା, ପିଜୁଳି, ଜାମୁ ଇତ୍ୟାଦି ୨୫୦୦ ଚାରା ଯୋଗାଇ ଦିଆଯାଇ ଅଛି | କଲେଜର ଏନ. ଏସ. ଏସ, ଯୁବରେଡ଼କ୍ରସ, ଏନ.ସି.ସିର ସ୍ବେଛାସେବୀ, ଛାତ୍ରଛାତ୍ରୀ ସମେତ ସମସ୍ତ କର୍ମକର୍ତ୍ତା ବୃକ୍ଷରୋପଣ କରିଥିଲେ | ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପର୍ଯ୍ୟାୟ କ୍ରମେ କଲେଜ ଓ ହଷ୍ଟେଲ ପରିସରରେ ୨୫୦୦ ଚାରା ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଅଛି |
