ବାଣ ଗୋଦାମରେ ପୁଣି ପୁଲିସ ଚଢ଼ାଉ ।
ଗଜପତି ,୧୭.୯(ମନୋଜ ପାଢ଼ୀ) ପାରଳାଖେମୁଣ୍ଡି ଉପକଣ୍ଠରେ ବାଣ ଗୋଦାମ ଉପରେ ପୁଣି ପୁଲିସ ଚଢ଼ାଉ। ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ବେଳେ ଅନୁମତି ଓ ମହଜୁଦ ପରିମାଣ ନେଇ ଯାଞ୍ଚ ଜାରି ରହିଛି।ବାଣ ଗୋଦାମରେ ପୁଣି ପୁଲିସ ଚଢ଼ାଉପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଏକ ବାଣ ଗୋଦାମ ଉପରେ ପୁଣି ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୁଲିସ। ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ରାଣୀପେଣ୍ଠରୁ କାଶୀନଗର ଯିବା ରାସ୍ତାରେ ରେଳ ଫାଟକ ନିକଟରେ ଥିବା ଏକ ଗୋଦାମରେ ବାଣ ଗଚ୍ଛିତ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି।ଜବତ ବାଣର ପରିମାଣ, ମୂଲ୍ୟ ଓ ଗୋଦାମରେ ବାଣ ଗଚ୍ଛିତ କରିବା ପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ, ସେନେଇ ପୁଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି।
