ସରକାରୀ ପାଚେରୀ ଭାଙ୍ଗି ବିଜେପି କର୍ମୀ ଙ୍କ ଘରକୁ ରାସ୍ତା ଘଟଣାର ନୂଆ ମୋଡ଼ ଥାନା ଦ୍ୱାରସ୍ଥ ହେଲେ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ….

ସରକାରୀ ପାଚେରୀ ଭାଙ୍ଗି ବିଜେପି କର୍ମୀ ଙ୍କ ଘରକୁ ରାସ୍ତା ଘଟଣାର ନୂଆ ମୋଡ଼ ଥାନା ଦ୍ୱାରସ୍ଥ ହେଲେ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ....

ସରକାରୀ ପାଚେରୀ ଭାଙ୍ଗି ବିଜେପି କର୍ମୀ ଙ୍କ ଘରକୁ ରାସ୍ତା ଘଟଣାର ନୂଆ ମୋଡ଼ ଥାନା ଦ୍ୱାରସ୍ଥ ହେଲେ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ….

ବାଲିଗୁଡ଼ା:- (ରିପୋର୍ଟ କୁନା ଦିଗାଲ )କିଛି ଦିନ ତଳେ ବାଲିଗୁଡ଼ା ଏନଏସି ରେ ରହୁଥିବା ବିଜେପି କର୍ମୀ ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ପୂର୍ବତନ ବାଲିଗୁଡ଼ା ଏନଏସି ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ନିଜ ଘର ପାଇଁ ସରକାରୀ ବାସଭବନର ପାଚେରି ଭାଙ୍ଗି ରାସ୍ତା ହୋଇଥିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନେଇ ବିଜେପି କର୍ମୀ ଙ୍କୁ ପଚାରିବାରୁ ସ୍ତାନୀୟ ଆଇଟିଡିଏ ର ଅନୁମତି ରେ ଆଇଟିଡିଏ ଯନ୍ତ୍ରୀ ଙ୍କ ଉପସ୍ଥିତିରେ ଏହି ପାଚେରୀ ଭଙ୍ଗା ଯାଇଥିବା କହିଥିଲେ ବିଜେପି କର୍ମୀ ଆଦିକନ୍ଧ ପଟ୍ଟନାୟକ। କିନ୍ତୁ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ ଏହାକୁ ଖଣ୍ଡନ କରି ଗୁରୁବାର ଦିନ ବାଲିଗୁଡ଼ା ଥାନା ର ଦ୍ୱାରସ୍ଥ ହୋଇ କେହି ଜଣେ ପାଚେରୀ ଭାଙ୍ଗିଦେଇଥିବା ଏକ ଅଭିଯୋଗ କରିଥିବା ସମସ୍ତଙ୍କୁ ଚକିତ କରିଦେଇଛି। ଯଦିଓ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଏକ ତରଫା ନିଷ୍ପତ୍ତି ନେଇ ରାସ୍ତା ଦେବା ନିମନ୍ତେ ଏକ ଚିଠି ବାଲିଗୁଡ଼ା ଆଇଟିଡିଏ ଙ୍କୁ କରିଦେଇଥିଲେ।ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକଙ୍କୁ ଏ ବିଷୟରେ ପଚାରିବାରୁ କିଛି ନକହି ମୋ ଦେହ ଟିକେ ଖରାପ ଅଛି, ଏବେ ମୁଁ କିଛି କହି ପାରିବି ନାହିଁ କହି ଚାଲିଯାଇଥିଲେ ।
ତେବେ ପ୍ରଶ୍ନ ଉଠୁଛି ଯେ ଏହି ପାଚେରୀ ଭାଙ୍ଗିଲା କିଏ? କାହା ନିର୍ଦ୍ଦେଶ ରେ ସରକାରୀ ସମ୍ପତ୍ତି ନିଷ୍ଟ କରାଯାଉଛି। ଏଥି ପାଇଁ ଦାୟି କିଏ? ତହସିଲଦାର, ପ୍ରକଳ୍ପ ପ୍ରଶାସକ ନା ଏହା ବିଜେପି କର୍ମୀ ଙ୍କ ଦାଦାଗିରି।ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦିଆଯିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବାଲିଗୁଡ଼ା ପୋଲିସ ଏକ ମାମଲା ୨୩୭୵୩୬ ରୁଜ୍ଜୁ କରି ଏହାର କଡା ତଦନ୍ତ କରାଯିବ ବୋଲି କହିଛନ୍ତି ଆଇ ଓ ଯୁଗଳ କିଶୋର ନାୟକ।