ମୃତ୍ୟୁ କୁ ଡାକୁଛି ଜେକେପୁର ଥେରୁବାଲି ରାସ୍ତା, ୧୦ କିଲୋମିଟରରେ ୧୦ ହଜାର ଗାତ, କେତେକ ସ୍ଥାନରେ ସୃଷ୍ଟି ହୋଇଛି କୃତ୍ରିମ ପୋଖରୀ; ବଢୁଛି ଦୁର୍ଘଟଣା

ମୃତ୍ୟୁ କୁ ଡାକୁଛି ଜେକେପୁର ଥେରୁବାଲି ରାସ୍ତା, ୧୦ କିଲୋମିଟରରେ ୧୦ ହଜାର ଗାତ, କେତେକ ସ୍ଥାନରେ ସୃଷ୍ଟି ହୋଇଛି କୃତ୍ରିମ ପୋଖରୀ; ବଢୁଛି ଦୁର୍ଘଟଣା

ମୃତ୍ୟୁ କୁ ଡାକୁଛି ଜେକେପୁର ଥେରୁବାଲି ରାସ୍ତା, ୧୦ କିଲୋମିଟରରେ ୧୦ ହଜାର ଗାତ, କେତେକ ସ୍ଥାନରେ ସୃଷ୍ଟି ହୋଇଛି କୃତ୍ରିମ ପୋଖରୀ; ବଢୁଛି ଦୁର୍ଘଟଣା

ରାୟଗଡ (info media): ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଦୟନୀୟ। ରାସ୍ତାରେ ବଡ଼ ବଡ଼ ଗାତ ସାଙ୍ଗକୁ ବର୍ଷାଜଳ ଜମି ଅନେକ ସ୍ଥାନରେ କୃତ୍ରିମ ପୋଖରୀ ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ମୃତ୍ୟୁ ଡାକରା ଆସୁଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା lଏହି ରାସ୍ତା ଏବେ ବିପଦର କାରଣ ପାଲଟିଛି। ଜେକେପୁର ଅମଲାଭଟା ଛକ ଠାରୁ ଥେରୁବାଲି ପର୍ଯ୍ୟନ୍ତ ୧୦ କିଲୋମିଟର ଏହି ରାସ୍ତାରେ ହଜାର ହଜାର ଗାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଅତ୍ୟନ୍ତ ବିପଜ୍ଜନକ ରାସ୍ତା ବୋଲି କହିଛନ୍ତି। ବର୍ଷା ହେଲେ ରାସ୍ତାର ଗାତଗୁଡ଼ିକ ପାଣିରେ ଭରିଯାଉଥିବାରୁ ଗାତର ଗଭୀରତା ଜାଣିବା କଷ୍ଟକର ହୋଇପଡ଼ୁଛି। ଦୁଇଚକିଆ ଯାନ ଚାଳକ ମାନେ ଗାତ ଏଡ଼ାଇବାକୁ ଯାଇ ଅନ୍ୟ ଯାନ ସହ ଧକ୍କା ହେବାର ଆଶଙ୍କା ରହୁଛି। ଭାରୀ ଯାନ ଚଳାଚଳ ସମୟରେ ମଧ୍ୟ ପରିସ୍ଥିତି ଅଧିକ ଜଟିଳ ହେଉଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଯାତ୍ରୀ ଓ ଚାଳକଙ୍କୁ ବିପଦକୁ ମୁହଁ ଦେବାକୁ ପଡ଼ୁଛି। ସ୍ଥାନୀୟଙ୍କ କହିବାନୁସାରେ, ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଇମ୍ଫା ବେଦାନ୍ତ କମ୍ପାନୀ ର ମାଲ ପରିବହନ ଭାରୀଯାନ ଚଳାଚଳ କରୁଥିବା ବେଳେ ଦୀର୍ଘ ବର୍ଷ ଧରି ରାସ୍ତାର ମରାମତି ହୋଇ ନଥିବାରୁ ଦିନକୁ ଦିନ ସମସ୍ୟା ବଢ଼ି ଚାଲିଛି। ଛୋଟ ଗାତଗୁଡ଼ିକ ଧୀରେଧୀରେ ବଡ଼ ଗାତରେ ପରିଣତ ହୋଇଛି। ବର୍ଷା ସମୟରେ ପାଣି ଜମି ରହିବାରୁ ରାସ୍ତାର ସ୍ଥିତି ଆହୁରି ଖରାପ ହେଉଛି। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକଙ୍କ ସମେତ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଏହି ଏକ ପ୍ରମୁଖ ରାସ୍ତା ଆନ୍ଧ୍ର ପ୍ରଦେଶ ଛତିଶଗଡ଼ କୁ ଯୋଗାଯୋଗ କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପୂର୍ବରୁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ଆଉ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସମ୍ପୃକ୍ତ ବିଭାଗ ତୁରନ୍ତ ରାସ୍ତାର ମରାମତି କରିବା ସହ ଗାତ ଗୁଡ଼ିକୁ ପୋତିବା ସହ ସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ରାସ୍ତାର ଶୋଚନୀୟ ସ୍ଥିତି ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି, ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ। ତେଣୁ ରାସ୍ତା ଓଁ କୋଠା ବାଡ଼ି ବିଭାଗ ରାୟଗଡ 1 ବିଭାଗ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।