*ଗଣ୍ଡାହାତୀ ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼, ମନ ମୋହୁଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ*
ଗଜପତି,୧୫.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୨୬ କିଲୋମିଟର ଦୂରରେ ଥିବା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳପ୍ରପାତ ଏବେ ଦର୍ଶକ ଓ ପର୍ଯ୍ୟଟକଙ୍କ ମନ ମୋହୁଛି। ବର୍ତ୍ତମାନ ବର୍ଷା ଲାଗିରହିଥିବା ଯୋଗୁଁ ଜଳପ୍ରପାତରେ ଜଳସ୍ତର ବୃଦ୍ଧି ପାଇଛି, ଯାହା ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି।ପ୍ରକୃତିର ଏହି ଅପରୂପ ଶୋଭାକୁ ଉପଭୋଗ କରିବା ପାଇଁ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଏଠାକୁ ଛୁଟି ଆସୁଛନ୍ତି।ଜଳପ୍ରପାତର ଝରଝର ଶବ୍ଦ, ସବୁଜ ପ୍ରାକୃତିକ ପରିବେଶ ଓ ମନୋମୁଗ୍ଧକର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ଜଳପ୍ରପାତର ଥଣ୍ଡା ପାଣିରେ ସ୍ନାନର ମଜା ନେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କର ସମାଗମ ହେଉଛି।ବାସ୍ତବରେ ବର୍ଷାଦିନେ ଜଙ୍ଗଲ ଘେରା ସବୁଜିମା ଭିତରେ ଥିବା ଏହି ଜଳପ୍ରପାତର ଶୋଭା ଅତ୍ୟନ୍ତ ମନୋରମ ପରିଲକ୍ଷିତ ହୋଇଛି।
