ବଡଖେମୁଣ୍ଡି ତାଲୁକା ମାଳମୁଠା ମଧୁବୈଶ୍ୟ ସମାଜର ଗଣେଶ ପୂଜା ଓ ବାର୍ଷିକ ବନ୍ଧୁମିଳନ ।
ଗଜପତି ତା 14/09/26 ରିଖ(ମନୋଜ ପାଢ଼ୀ)-: ସୋମବାର ଦିନ ବଡଖେମୁଣ୍ଡି ତାଲୁକା ଅନ୍ତର୍ଗତ ଚାନ୍ଦିପୁଟ ଠାରେ ମାଳମୁଠା ମଧୁବୈଶ୍ୟ ସମାଜ ତରଫରୁ ବାର୍ଷିକ ଗଣେଶ ପୂଜା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମଧୁବୈଶ୍ୟ ସହ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ବଡଖେମୁଣ୍ଡି ତାଲୁକା ସଭାପତି ଶ୍ରୀ ଗଣେଶ୍ୱର ସାହୁ, ଚନ୍ଦ୍ରଗିରି ମେମ୍ବର ଶ୍ରୀ ତ୍ରିନାଥ ସାହୁ, ସୁରେନ୍ଦ୍ର (ବାବୁଲି ) ଶ୍ରୀ ଲଷ୍ମୀକାନ୍ତ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଶ୍ରୀ ସନାତନ ସାହୁ ଅତିଥି ରୂପେ ଆସନ ଅଳଙ୍କୃତ କରିଥିଲେ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଲୁହାଗୁଡ଼ି ଠାରୁ ରା ଉଦୟଗିରି ମଧ୍ୟରେ ପାଖାପାଖି 80ଘର ମଧୁବୈଶ୍ୟ ଗୁଡ଼ିଆ ପରିବାର ମଧ୍ୟରୁ ପ୍ରାୟ 150ଜଣ ସଦସ୍ୟ ଉପସ୍ଥିତ ଥିଲେ |ପ୍ରଥମ ପର୍ଯ୍ୟାୟରେ କୁଳ ଇଷ୍ଟ ଗଣେଶଙ୍କର ପୂଜାର୍ଚ୍ଚନା ପରେ ସମାଜର ପ୍ରସ୍ତାବିତ ଗଣେଶ ମନ୍ଦିର ପ୍ରତିଷ୍ଠା ଉପରେ ଆଲୋଚନା କରାଯାଇଥିଲା | ଯୁବ ସମାଜକୁ ଗୁରୁତ୍ୱ ଦେଇ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ପ୍ରସ୍ତାବ ରଖାଯାଇଥିଲା |ସାମୁହିକ ଭାବେ ସମସ୍ତଙ୍କର ସହଯୋଗରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପାଦନ କରିବା ପାଇଁ ବହୁମତ ପ୍ରକାଶ ପାଇଥିଲା | ପ୍ରତ୍ୟେକ ଅଞ୍ଚଳରୁ ଜଣେ ଲେଖାଏଁ ଯୁବ ସଦସ୍ୟଙ୍କୁ ନେଇ ଏକ ଯୁବ ସଂଗଠନ ଗଢ଼ା ଯାଇଥିଲା | ଶ୍ରୀ ସନାତନ ସାହୁ ବାର୍ଷିକ ଆୟ ବ୍ୟୟ ବିବରଣୀ ପଠନ କରିବା ସହ ମଞ୍ଚ ସଂଯୋଜନା କରିଥିଲେ | କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | 60ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାଙ୍କୁ ଦିଗପହଣ୍ଡି ଠାରେ ସମ୍ବର୍ଦ୍ଧିତ କରିବା ପାଇଁ ଘୋଷଣା କରାଯାଇଥିଲା |ଶେଷରେ ଧନ୍ୟବାଦର ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା |
