ସେମିଳିଗୁଡାରେ ସକାଳୁ ସକାଳୁ ଚେନ୍ ଲୁଟ୍, ବାଇକ୍‌ରେ ଫେରାର ଦୁଇ ଲୁଟେରା

ସେମିଳିଗୁଡାରେ ସକାଳୁ ସକାଳୁ ଚେନ୍ ଲୁଟ୍, ବାଇକ୍‌ରେ ଫେରାର ଦୁଇ ଲୁଟେରା

ସେମିଳିଗୁଡାରେ ସକାଳୁ ସକାଳୁ ଚେନ୍ ଲୁଟ୍, ବାଇକ୍‌ରେ ଫେରାର ଦୁଇ ଲୁଟେରା

ସେମିଳିଗୁଡା ଶାସ୍ତ୍ରୀ ନଗର ଅନ୍ତର୍ଗତ ସନ୍ତୋଷୀ ମା’ ମନ୍ଦିର ଲାଇନ୍‌ରେ ସକାଳୁ ସକାଳୁ ଜଣେ ବୟସ୍କ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ସୁଲୋଚନା ଜେନା ନାମକ ଜଣେ ବୟସ୍କ ମହିଳା ଘର ସାମ୍ନାରେ ଥିବା ସମୟରେ ଦୁଇଜଣ ଲୁଟେରା ବାଇକ୍‌ରେ ଆସି ତାଙ୍କ ବେକରୁ ପ୍ରାୟ ୩ ଭରି ଓଜନର ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଘଟଣା ପରେ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ କରୁଛି।

⚠️ ସତର୍କ ରୁହନ୍ତୁ।ସକାଳୁ ଏକାକୀ ଘର ବାହାରେ ଥିବା ସମୟରେ ସୁନା ଅଳଙ୍କାର ପିନ୍ଧିବା ନେଇ ସାବଧାନ ରୁହନ୍ତୁ। ସନ୍ଦେହଜନକ ବ୍ୟକ୍ତି କିମ୍ବା ବାଇକ୍ ଦେଖିଲେ ତୁରନ୍ତ ନିକଟସ୍ଥ ପୁଲିସକୁ ଜଣାନ୍ତୁ।