ଟିକାବାଲି ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ….
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଳ ଙ୍କ ଅଧକ୍ଷତା ରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଙ୍କ କାର୍ଯ୍ୟାଳୟ ଠାରେ ଅନ୍ତର୍ଜାତୀୟ ସ୍ଵାକ୍ଷରତା ଦିବସ ପାଳନ କରାଯାଇଅଛି I ବି ଇ ଓ ସାର ଙ୍କ ଦ୍ୱାରା ଦୀପ ଧୂପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ କୁ ବାନା ଦେଖାଇ ଶୁଭାରମ୍ଭ କରିଥିଲେ I ଏହାପରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ଶିକ୍ଷା ରାଲି ଦ୍ୱାରା ଟିକାବାଲି ର ନଗର ପରିକ୍ରମା କରାଯାଇଥିଲା I ନଗର ପରିକ୍ରମା ମଧ୍ୟରେ ଶିକ୍ଷାର୍ଥୀ ଙ୍କ ଦ୍ୱାରା ଶିକ୍ଷା ସମ୍ବନ୍ଧୀୟ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା I ସମାଜ ରେ ଯେପରି ସମସ୍ତେ ସ୍ଵାକ୍ଷରତା ହାସଲ କରିବେ କେହି ବି ଯେପରି ନିରକ୍ଷର ରହିବେ ନାହିଁ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଶ୍ରୀମତୀ ବିନୋଦିନୀ ସାମଲ, ଟିକାବାଲି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ର ଶିକ୍ଷିକା ପ୍ରଶିକ୍ଷିକା ଶ୍ରୀମତୀ ସ୍ମୁତି ସନ୍ଧ୍ୟା ଙ୍କ ସହ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ ରୂପାୟନ କରିଥିଲେ I ଏହି କାର୍ଯ୍ୟକ୍ରମ କୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରବି ନାରାୟଣ ସାହୁ ବହୁତ ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ I ଏଥିସହ ବିଭିନ୍ନ ଅଞ୍ଚଳ ରୁ ଅନେକ ସ୍ବେଛାସେବୀ ମଧ୍ୟ ଯୋଗ ଦେଇ ଥିଲେ I
