ହାଇଦ୍ରାବାଦରେ ବିଦ୍ୟୁତ୍ ଆଘାତରେ ଗଜପତିର ୧୯ ବର୍ଷୀୟ ଯୁବ ଶ୍ରମିକଙ୍କ ମୃତ୍ୟୁ ।

ହାଇଦ୍ରାବାଦରେ ବିଦ୍ୟୁତ୍ ଆଘାତରେ ଗଜପତିର ୧୯ ବର୍ଷୀୟ ଯୁବ ଶ୍ରମିକଙ୍କ ମୃତ୍ୟୁ ।

*ହାଇଦ୍ରାବାଦରେ ବିଦ୍ୟୁତ୍ ଆଘାତରେ ଗଜପତିର ୧୯ ବର୍ଷୀୟ ଯୁବ ଶ୍ରମିକଙ୍କ ମୃତ୍ୟୁ ।

ଗଜପତି,:(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ନିଜ ଜୀବନ ହରାଉଛନ୍ତି। ଘଟିଛି। ସେହିପରି ବାହାର ରାଜ୍ୟ ତେଲେଙ୍ଗାନା ଅନ୍ତର୍ଗତ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିବା ଯାଇଥିବା ଆଉ ଜଣେ ଯୁବ ଶ୍ରମିକ ରାୟଗଡ଼ ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମର ଚନ୍ଦ୍ର ଗମାଙ୍ଗ (୧୯) ବିଦ୍ୟୁତ୍ ଆଘାତର ଶିକାର ହୋଇ ପ୍ରାଣ ହରାଇଥିବାର ସୂଚନା ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ର ଗମାଙ୍ଗ ଜୀବିକା ନିର୍ବାହ ପାଇଁ ହାଇଦ୍ରାବାଦ ଯାଇ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।ଚନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତାଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ଆବଶ୍ୟକ ଅର୍ଥ ପରିବାର ନିକଟରେ ନଥିବାରୁ ସମସ୍ୟା ଦେଖା ଦେଇଛି। ଏଥିସହ ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।ଏଭଳି ପରିସ୍ଥିତିରେ ଚନ୍ଦ୍ରଙ୍କ ମୃତଦେହକୁ ଶୀଘ୍ର ହାଇଦ୍ରାବାଦରୁ ମୁନିସିଂ ଗ୍ରାମକୁ ଆଣିବା ପାଇଁ ପରିବାର ଓ ଗ୍ରାମବାସୀ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି। ମୃତ ଯୁବକଙ୍କ ପରିବାରକୁ ଆବଶ୍ୟକ ଆର୍ଥିକ ଓ ପ୍ରଶାସନିକ ସହାୟତା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି।ଏହି ଘଟଣା ଗଜପତି ଜିଲ୍ଲାର ଗରିବ ପରିବାରର ଯୁବକମାନେ ଜୀବିକା ପାଇଁ ଦୂର ରାଜ୍ୟକୁ ଦାଦନ ଯାଇ ବିଭିନ୍ନ ବିପଦର ସମ୍ମୁଖୀନ ହେଉଥିବା ଚିତ୍ରକୁ ପୁଣିଥରେ ସାମ୍ନାକୁ ଆଣିଛି। ଚନ୍ଦ୍ରଙ୍କ ମୃତଦେହ ଶୀଘ୍ର ଗାଁକୁ ଫେରାଇ ଆଣିବା ସହ ପରିବାରକୁ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।