ସରକାରଙ୍କ ଯୋଜନା ରୁ ବଞ୍ଚିତ ଦିନ କହଁର ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ କେବେ….?
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରିମାଣ୍ଡୁ ପଞ୍ଚାୟତ ଗ୍ଲଟ ଗ୍ରାମର ଦିନ କହଁର ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବ୍ଲକ କାର୍ଯ୍ଯାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ରେ ସାମ୍ନାକରିଥିଲେ ସୁଦ୍ଧା ସଫଳତା ନାହିଁ l ସରକାର ଭତ୍ତା ପାଇଁ ଧାର୍ଯ୍ୟ ବୟସ ସୀମା 60 କରିଥିବା ବେଳେ ଫିରିଙ୍ଗିଆ ବ୍ଲକର ବହୁ ହିତାଧିକାରୀ ଏହି ବୟସ ସୀମା ଟପି ଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଭତ୍ତା ମିଳିପାରି ନାହିଁ l ଫିରିଙ୍ଗିଆ ବ୍ଲକ କୁଏରିମାଣ୍ଡୁ ପଞ୍ଚାୟତ ଗ୍ଲଟ ଗ୍ରାମର ଦିନ କହଁର ଛ ମାସ ହେବ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ହିତାଧିକାରୀ ସୂଚୀରେ ସାମିଲ ହୋଇନାହାନ୍ତି l ଭତ୍ତା ଟଙ୍କା ପାଇବା ସକାଶେ ସେ ବାରମ୍ବାର ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଏଥିରେ ତାଙ୍କୁ ଅଦ୍ୟାବଧି ସଫଳତା ମିଳିପାରି ନାହିଁ l ଗୋଟିଏ ଛମାସ ତଳୁ ହିତାଧିକାରୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ କେଉଁ କାରଣ ପାଇଁ ଦିନ କହଁର ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତାରୁ ବ୍ଲକ ପ୍ରଶାସନ ବଞ୍ଚିତ ରଖିଛନ୍ତି ତାହା ବୁଝା ପଡ଼ୁନାହିଁ l ପଞ୍ଚାୟତ ତଥା ପଞ୍ଚାୟତ ସମିତିରେ ଦୁଇ ଥର ଦରଖାସ୍ତ କରିଥିଲେ ମଧ୍ୟ ସେ ନିରାଶ ହୋଇ ପଡ଼ିଛନ୍ତି ବିଗତ ସରକାର ଅମଳରେ ସେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ସ୍ତରରେ ଦରଖାସ୍ତ କରିଥିଲେ ତାଙ୍କୁ କେଉଁ କାରଣରୁ ଭତ୍ତା ଦିଆଯାଉ ନଥିବା ନିଜେ ଦିନ କହଁର ଅଭିଯୋଗ କରିଛନ୍ତି l ତୁରନ୍ତ ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦିନ କହଁର ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବା ସକାଶେ ସ୍ତାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି l
