ଗଞ୍ଜାମ ଜିଲ୍ଲା ଆସିକାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ l

ଗଞ୍ଜାମ ଜିଲ୍ଲା ଆସିକାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ l

ଗଞ୍ଜାମ ଜିଲ୍ଲା ଆସିକାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ l

ଆସିକା ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ଯ ମୁସଲମାନ ଧର୍ମବାଲମ୍ବୀମାନଙ୍କ ପକ୍ଷରୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଇଦ – ମୁଲାଘୁନନବୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜାମିଆ ମସଜିଦ ଠାରୁ ମୁସଲମାନ ସଂପ୍ରଦାୟର ଶ୍ରଦ୍ଧାଳୁ ଭକ୍ତମାନେ ଇଦ–ମୁଲାଘୁନନବୀ ପାଳନ ଅବସରରେ ଏକ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଆସିକା ଜାମିଆ ମସଜିଦର ସାହି ଇମାମ ସାହାନୱାଜ ହୁସେନ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଓ ବାଣୀ ଏବଂ ସନ୍ଦେଶ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜନାବ ମୁନାଫ ସାରିଫ,ଇମାମ ଅବଦୁଲ ମାନାନ, ସାହେବ,ସେଖ ସାଜିଦ,ନାସେବ ସାରିଫ, ମେହେ କ୍ଷୁଦ ସାରିଫ, ୱାଲି ମହମ୍ମଦ, ଅବଦୁସ ସମି, ଅବଦୁଲ ରିଜୱାନ, ରସିଦ ଅଲି, ସୟଦ ଇମିତି ଆଜ, ହୁ ସେନ ସରି ସରିଫ, ମେହେମ୍ମୁଦ ଖାନ, ଅଲ୍ଲି ଖାନ, ଆବୁ ଖାନ, ସୟଦ ସ୍ୱାଦ ୱାସିମ, ଶେଖ ଆସଲାମ, ରିୟାଜ ମହମ୍ମଦଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଜାମିଆ ମସ୍‌ଜିଦ୍ ପରିସରରେ ମହାପୁରୁଷ ମହମ୍ମଦଙ୍କ ପୁଣ୍ୟ ଜନ୍ମତିଥି ମୁସଲମାନ ସଂପ୍ରଦାୟ ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଜାମିଆ ମସ୍‌ ଜିଦ୍ର ଇମାମ ଶାହାନବାଜ ଅହମ୍ମଦ ମହାପୁରୁଷ ମହମ୍ମଦଙ୍କ ଜୀବନୀ,ଆଦର୍ଶ ଲୀଳାଖେଳା ଓ ବାଣୀ ତଥା ଉପଦେଶ ଉପରେ ବହୁ ଶିକ୍ଷଣୀୟ ସୂଚନା ପ୍ରଦାନ କରିଥିଲେ। ଏହି ଅବସରେ ଜାମିଆ ମସ୍‌ଜିଦ୍‌ର ଇମାମ ଶାହାନବାଜ ଅହମ୍ମଦ ଙ୍କ ନେତୃତ୍ୱରେ ମୁସଲମାନ ସଂପ୍ରଦାୟର ଶ୍ରଦ୍ଧାଳୁମାନେ ମହାପୁରୁଷ ମହମ୍ମଦଙ୍କ ସ୍ମୃତିଚାରଣ କରି ଏକ ବିଶାଳ ଜୁଲୁସ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ଆସିକା ସହରର ମହାତ୍ମାଗାନ୍ଧୀ ରୋଡ, ବଜାର ସାହି, ଗାୟତ୍ରୀ ନଗର, ନିରଂଜନ ନଗର, ହାଟପଦା ଛକ ଇତ୍ୟାଦି ଅଞ୍ଚଳ ପରିକ୍ରମାକରି ମସ୍‌ଜିଦ୍ରେ ରେ ପହଞ୍ଚ ସମୁହ ପ୍ରାର୍ଥନାରେ ଯୋଗ ଦେଇଥିଲେ। ମହାପୁରୁଷ ମହମ୍ମଦ ଙ୍କ ଜନ୍ମ ଦିନ (ଇଦ – ମିଲାଦୁନ୍ନାବି) ଅବସରରେ ଆସିକା ମସଜିଦ ଉତ୍ସବ ମୁଖର 621 ହାଇପଡି ଥିଲା। ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଆସିକା ଜାମିଆ ମସଜିଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ମସଜି ଦକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା । ଏହି ଅବସରରେ ଛୋଟରୁ ବଡ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମୁସଲିମ ଭାଇଉଉ ମାନେ ମସଜିଦରେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଥିଲେ l ଉଉଣୀମାନେ ଆସିକାରେ ରେ ଶ୍ରଦ୍ଧା ଓ ଭକ୍ତିର ସହ ମହାପୁରୁଷ ମହମ୍ମଦଙ୍କ ପୂଣ୍ୟ ଜନ୍ମତିଥି ପାଳିତ ହୋଇଯାଇଛି । ମହାପୁରୁଷ ମହମ୍ମଦଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ଆସିକା ସହରରେ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ