*ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ କେନ୍ଦ୍ରରେ ବସ୍ତ୍ର ଓ ଚିତ୍ର କଳା ତାଲିମ କାର୍ଯ୍ୟକ୍ରମ ।
ଗଜପତି,୨୭.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ୟୁନିୟନ ବ୍ୟାଙ୍କ ପରିଚାଳିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଦ୍ଵାରା ୩୫ଜଣ ମହିଳା ଶିକ୍ଷାର୍ଥୀଙ୍କୁ “ବସ୍ତ୍ର ଓ ଚିତ୍ର କଳା ତାଲିମ” ପ୍ରଦାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ୩୧ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ୭ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ମହିଳା ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ ପ୍ରଦାନ କରାଯିବାର ଯୋଜନା ରହିଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପୋଗ୍ରାମ ଅଫିସର ଶ୍ରୀ ତିମନ ବାରା ଯୋଗ ଦେଇଥିବା ବେଳେ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଗଜପତି ତଥା ଅଗ୍ରଣୀ ମୁଖ୍ୟ ଜିଲ୍ଲା ବ୍ୟାଙ୍କ ପରିଚାଳକ ତଥା ନିର୍ଦ୍ଦେଶକ ଶ୍ରୀ ଅଭିଷେକ ମିଶ୍ର ସଭାପତିତ୍ୱ କରିଥିଲେ ।ଶ୍ରୀମତୀ ଏ.ବାଲାମଣି ଆଚାରୀ, ପ୍ରଶିକ୍ଷିକା ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ କରି ସ୍ୱରୋଜଗାର କରିବାକୁ ପ୍ରେତ୍ସାହିତ କରିଥିଲେ ।ମହିଳା ତାଲିମ ପ୍ରତିଭାଗୀମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତେ ଯେପରି ଭବିଷ୍ୟତରେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିବେ ସେଥି ନିମିତ୍ତ ଦିଗଦର୍ଶନ ପ୍ରଦାନ କରିଥିଲେ।। ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଦାସ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
