ଲିଭ ଫର ଅଦର୍ସର ରକ୍ଷାବନ୍ଧନ ଉସ୍ଚବ

ଲିଭ ଫର ଅଦର୍ସର ରକ୍ଷାବନ୍ଧନ ଉସ୍ଚବ

ଲିଭ ଫର ଅଦର୍ସର ରକ୍ଷାବନ୍ଧନ ଉସ୍ଚବ

ସେମିଳିଗୁଡା.ତାରିଖ ୨୭,୮,୨୦୨୬,ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ରକ୍ଷାବନ୍ଧନ ବନ୍ଧନ ଉସ୍ଚବକୁ ଅଭିନବ ଢଙ୍ଗରେ ପାଳନ କରିଛନ୍ତି। ଏହ ଅବସରରେ ଲୋକଙ୍କ ସୁରକ୍ଷାରେ ଅହରହ ଲାଗିରହିଥିବା ପୋଲିସ ଷ୍ଟାଫ, ସଫେଇ କର୍ମଚାରୀ,କୋବ୍ରା ବାଟାଲିୟନର ଜୱାନ ଓ ଛାତ୍ରଛାତ୍ରୀମାନଙ୍କୁ ସଦସ୍ଯମାନେ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀମିଶ୍ର, ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଓ ଅନ୍ଯାନ୍ଯ ସଦସ୍ଯମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହାସହ ସେମିଳିଗୁଡାର ବିଭିନ୍ନ ଅନୁଷ୍ଠାନ ଯଥା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ,ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସରସ୍ବତୀ ଶିଶୁମନ୍ଦିରରେ ମଧ୍ଯ ରାକ୍ଷୀ ପୂର୍ଣିମା ପାଳିତ ହୋଇ ଯାଇଛି।