ଜାତୀୟ ଚମ୍ପିୟାନସିପ:ବ୍ରହ୍ମପୁର କରାଟେ ଏକାଡେମୀ ର ଅଭୁତ ପୂର୍ବ ସଫଳତା

ଜାତୀୟ ଚମ୍ପିୟାନସିପ:ବ୍ରହ୍ମପୁର କରାଟେ ଏକାଡେମୀ ର ଅଭୁତ ପୂର୍ବ ସଫଳତା

ଜାତୀୟ ଚମ୍ପିୟାନସିପ:ବ୍ରହ୍ମପୁର କରାଟେ ଏକାଡେମୀ ର ଅଭୁତ ପୂର୍ବ ସଫଳତା______________________

ବିଶାଖପାଟଣାରେ ଏକ ଦୁଇଦିନିଆ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର କରାଟେ ଏକାଡେମୀର ଆଠଜଣ କରାଟେ ଖେଳାଳି ଅଂଶ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ପ୍ରଶିକ୍ଷକ ସିହାନ ତ୍ରିଲୋଚନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତାର ବିଭିନ୍ନ ବୟସ ବର୍ଗର କାଟା ଓ କୁମିତେ ବିଭାଗରେ ଭାଗ ନେଇ ସ୍ୱର୍ଣ୍ଣ ରୌପ୍ୟ ଓ କାଂସ୍ୟ ପଦକକୁ ମିଶାଇ ମୋଟ ୧୨ଟି ପଦକ ହାସଲ କରିଛନ୍ତି। କାଟା ବିଭାଗରେ ସାନଭି ବ୍ରହ୍ମା, ସମ୍ଭବ ତ୍ରିପାଠୀ, ଅନନ୍ୟା ସରଫ , ବି ଆୟୁଷ କୁମାର ପାତ୍ର ଏବଂ ସିଦ୍ଧାର୍ଥ କୁମାର ପାଢ଼ୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କାବ୍ୟାଂଶ ତ୍ରିପାଠୀ ଓ ପ୍ରଶିଧ ତ୍ରିପାଠୀ ଙ୍କୁ ରୌପ୍ୟ ପଦକ ମିଳିଛି। ସେହିପରି କୁମିତେ ବିଭାଗରେ ସିଦ୍ଧାର୍ଥ କୁମାର ପାଢ଼ୀଙ୍କୁ ସ୍ୱର୍ଣ୍ଣ ପଦକ , ପାୟଲ ଦେଓରା ଓ ଅନ୍ୟାନ୍ୟ ସରଫ ଙ୍କୁ ରୌପ୍ୟ ପଦକ ମିଳିଥିବାବେଳେ ପ୍ରସିଧ ତ୍ରିପାଠୀ ଓ ବି ଆୟୁଷ କୁମାର ପାତ୍ରଙ୍କୁ କାଂସ୍ୟ ପଦକ ମିଳିଛି।ଦୁଇଦିନିଆ ଏହି କରାଟେ ପ୍ରତିଯୋଗିତା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ,ଶୃଙ୍ଖଳା ଓ ଆତ୍ମରକ୍ଷା ଭାବନା ବିକାଶରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଏକାଡେମୀ ର ଏହି ସଫଳତା ରେ ସଂଘର ଉପସଭାପତି ଶ୍ରୀଯୁକ୍ତ ବିମଳେନ୍ଦୁ ସାହୁ ଏବଂ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ସମେତ ସମସ୍ତ ସଦସ୍ୟ କୃତି ପ୍ରତିଯୋଗୀ ଓ ପ୍ରଶିକ୍ଷକ ଶ୍ରୀଯୁକ୍ତ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।