ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗରବାସୀ ଜଳବନ୍ଦୀ

ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗରବାସୀ ଜଳବନ୍ଦୀ

ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗରବାସୀ ଜଳବନ୍ଦୀ

ଗଜପତି,୨୪.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ନିକଟସ୍ଥ ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ଖବର ସାମ୍ନାକୁ ଆସିଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଗଜପତି ଜିଲ୍ଲା ଏବଂ ବିଶେଷ କରି ପାରଳାଖେମୁଣ୍ଡି ଅଞ୍ଚଳରେ ଦୁଇ ଦିନ ଧରି ଅବିରତ ପ୍ରବଳ ବର୍ଷା ଲାଗିରହିଥିଲା। କ୍ରମାଗତ ବର୍ଷା ଯୋଗୁଁ ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗର ଭଳି ତଳିଆ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତାଘାଟରେ ପାଣି ଜମି ରହିଛି, ଯାହା ଫଳରେ ଲୋକମାନେ ଘରୁ ବାହାରି ନପାରି ଜଳବନ୍ଦୀ ହୋଇ ରହିଛନ୍ତି। ବର୍ଷା ପାଣି ଲହଡି ମାରୁଥିବାରୁ ସ୍ଥାନୀୟ ଲୋକଙ୍କ ଯାତାୟାତ ଏବଂ ଦୈନନ୍ଦିନ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ଜଳ ନିଷ୍କାସନ ନିମନ୍ତେ ନାଳର ସୁବିଧା ନଥିବାରୁ ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ସମାଜସେବୀ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ପ୍ରକାଶ କରିବା ସହ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ଜଣାଇଛନ୍ତି।