ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ,୬ ଅଟକ।

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ,୬ ଅଟକ।

*ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ,୬ ଅଟକ।

ଗଜପତି,୨୪.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୬ ଜଣଙ୍କୁ ଅଟକ ରଖାଯାଇଥିବା ପ୍ରେସ ବିବୃତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି।ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ରାଜବାଟୀ ନିକଟସ୍ଥ ସନ୍ତୋଷ ସାହୁ ନାମକ ବ୍ୟକ୍ତିଙ୍କ ଭଡ଼ାଘରେ ବେଆଇନ ଜୁଆ ଆଡ୍ଡା ଚାଲିଥିବା ଖବରପାଇ ପୋଲିସ ପକ୍ଷରୁ ଅତର୍କିତ ଭାବରେ ଚଢ଼ାଉ କରାଯାଇଥିଲା।ଏହି ଚଢାଉ ସମୟରେ ନୀଳା ପଲେଇ (୨୭), ଲୋକେଶ୍ୱର ବରଡା (୨୪), ସନ୍ତୋଷ ସାହୁ (୨୬), ଦିଲ୍ଲୀ ପାସପୁରେଡ୍ଡୀ (୪୭), ଜୟରାମ ସ୍ୱାଇଁ (୩୦) ଏବଂ ହରେକୃଷ୍ଣ ବାରିକ (୪୧) ଙ୍କ ସମେତ ମୋଟ ୬ ଜଣ ଧରାପଡ଼ିଛନ୍ତି ଏବଂ ସେମାନଙ୍କ ନିକଟରୁ ନଗଦ ଟ-୧୬,୦୦୦/-ଙ୍କା, ୩ଟି ମୋଟରସାଇକେଲ/ସ୍କୁଟି ଏବଂ ୬ଟି ମୋବାଇଲ ଫୋନ ଜବତ କରାଯାଇଛି। ଏ ସମ୍ପର୍କରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ସହରରେ ଜୁଆ ଆଡ୍ଡା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ ଗଜପତି ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି।