ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ମହାମହି ରାଜ୍ୟପାଳ ଙ୍କୁ ଭେଟିଲେ କଂଗ୍ରେସ ଦଳ ବିଧାୟକ

ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ମହାମହି ରାଜ୍ୟପାଳ ଙ୍କୁ ଭେଟିଲେ କଂଗ୍ରେସ ଦଳ ବିଧାୟକ

ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ମହାମହି ରାଜ୍ୟପାଳ ଙ୍କୁ ଭେଟିଲେ କଂଗ୍ରେସ ଦଳ ବିଧାୟକ

ରାୟଗଡ ( info media) କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ MMDR Act ମାଧ୍ୟମରେ ଖଣି ଖନନ ଓ ଖଣିଜ ସମ୍ପଦ ଉପରେ କେନ୍ଦ୍ରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରାଜ୍ୟର ହିତରେ କି ଅହିତରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ବିସ୍ତୃତ ଆଲୋଚନା ଓ ବିଚାରବିମର୍ଶ ଆବଶ୍ୟକ। ଏହି ପ୍ରସଙ୍ଗରେ ଦୁଇ ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ମହାମହି ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତିଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ଦଳ ର ବିଧାୟକ ଗଣ । ଏହି ଅବସରରେ ବିରୋଧୀ ଦଳର ନେତା ମାନ୍ୟବର ରାମଚନ୍ଦ୍ର କାଡାମ୍, ବରିଷ୍ଠ ବିଧାୟକ ମାନ୍ୟବର ତାରା ପ୍ରସାଦ ବାହିନୀପତି ରାୟଗଡ ବିଧାୟକ ଆପ୍ପାଲସ୍ୱାମୀ କାଡ୍ରକା, ବିଷମକଟକ, ଗୁଣୁପୁର ବିଧାୟକ ଙ୍କ ସମେତ ବିରୋଧୀ ଦଳର ସମସ୍ତ ମାନ୍ୟବର ବିଧାୟକ ଉପସ୍ଥିତ ଥିଲେ। ଓଡ଼ିଶାର ଖଣିଜ ସମ୍ପଦ ଓ ଏହା ଉପରେ ରାଜ୍ୟର ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷା ହିଁ ଆମର ପ୍ରଥମ ପ୍ରାଥମିକତା। ରାଜ୍ୟର ସ୍ୱାର୍ଥ ଓ ଭବିଷ୍ୟତକୁ ପ୍ରଭାବିତ କରୁଥିବା ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଧାନସଭାରେ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ବ୍ୟାପକ ଆଲୋଚନା ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ବିଧାୟକ ଆପ୍ପାଲସ୍ୱାମୀ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ