ଶ୍ରୀ ଦକ୍ଷିଣମୁଖୀ ହନୁମାନ ମନ୍ଦିରରେ ଗୁରୁପୀଠ ଓ କାର୍ଯ୍ୟାଳୟ ଉଦଘାଟିତ

ଶ୍ରୀ ଦକ୍ଷିଣମୁଖୀ ହନୁମାନ ମନ୍ଦିରରେ ଗୁରୁପୀଠ ଓ କାର୍ଯ୍ୟାଳୟ ଉଦଘାଟିତ

ଶ୍ରୀ ଦକ୍ଷିଣମୁଖୀ ହନୁମାନ ମନ୍ଦିରରେ ଗୁରୁପୀଠ ଓ କାର୍ଯ୍ୟାଳୟ ଉଦଘାଟିତ

ରାୟଗଡ( info media) ରାୟଗଡ଼ା ଜିଲ୍ଲା ପେଣ୍ଟା ପଞ୍ଚାୟତ ଅମଲାଭଟା ଛକରେ ଥିବା ଶ୍ରୀ ଦକ୍ଷିଣମୁଖୀ ହନୁମାନ ମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକତାର ଭାବମୟ ପରିବେଶରେ ନବନିର୍ମିତ ଗୁରୁପୀଠ ଓ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ମନ୍ଦିର କମିଟି ଟ୍ରଷ୍ଟର ଆନୁକୁଲ୍ୟ ଓ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମ୍ ଜୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ମନ୍ଦିର ଟ୍ରଷ୍ଟ ସଦସ୍ୟ, ସଦସ୍ୟା ଓ ସ୍ଥାନୀୟ ମାତୃ ମଣ୍ଡଳ ଯୋଗ ଦେଇ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ମନ୍ଦିର ପରିସରରେ ପାରମ୍ପରିକ ରୀତିନୀତି ଅନୁସାରେ ବିଭିନ୍ନ ପୂଜାପାଠ ଓ ମନ୍ତ୍ରୋଚ୍ଚାରଣ କରାଯାଇଥିଲା। ପୂଜାର୍ଚ୍ଚନା ସମୟରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ଧାର୍ମିକ ବିଧିବିଧାନ ଅନୁସାରେ ପୂଜା ସମାପ୍ତ ହେବା ପରେ ମୁଖ୍ୟଅତିଥି, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଭକ୍ତମାନଙ୍କ ଉପସ୍ଥିତିରେ ଗୁରୁପୀଠ ଏବଂ କାର୍ଯ୍ୟାଳୟର ଶୁଭ ଉଦଘାଟନ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନେ ହନୁମାନଙ୍କ ଦର୍ଶନ କରିବା ସହ ପୂଜାପାଠରେ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ଧାର୍ମିକ ମନ୍ତ୍ରୋଚ୍ଚାରଣରେ ପରିବେଶ ଆହୁରି ଆଧ୍ୟାତ୍ମିକ ହୋଇଉଠିଥିଲା। ନୂତନ ଗୁରୁପୀଠ ଭକ୍ତମାନଙ୍କ ଆଧ୍ୟାତ୍ମିକ ଚେତନାକୁ ମଜବୁତ କରିବା ସହ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବା ସହ ନୂତନ କାର୍ଯ୍ୟାଳୟ ମାଧ୍ୟମରେ ମନ୍ଦିରର ବିଭିନ୍ନ କାର୍ଯ୍ୟକୁ ସୁସଂଗଠିତ ଭାବେ ପରିଚାଳନା କରାଯାଇ ପାରିବ ବୋଲି ଯୋଗୀ ଶ୍ରୀ ରାମ୍ ଜୀ କହିଥିଲେ। ଉଦଘାଟନ ଅବସରରେ ସମସ୍ତ ଭକ୍ତଙ୍କ ମଙ୍ଗଳ କାମନା କରାଯିବା ସହ ଶ୍ରୀ ଦକ୍ଷିଣମୁଖୀ ହନୁମାନଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା। ଏଥିରେ ୱାଇ. ଗଣପତି, ବରିଷ୍ଠ ସଂଘ ପ୍ରଚାରକ ପୀତବାସ, ମନ୍ଦିର ଟ୍ରଷ୍ଟ ସଭାପତି ପି. ରମେଶ, ସମ୍ପାଦକ ସୁରେଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସଦସ୍ୟ ଜି. ଚିନାମ୍ ନାଇଡୁ, ସହ ସମ୍ପାଦକ କେ. କିଷାନ୍, କେ. ଦିଲୀପ, ଲୀଳାବତୀ ଷଡ଼ଙ୍ଗୀ, ଅନିତା ତିୱାରୀ, କେ. ରାମବାବୁ, ରାମକୃଷ୍ଣ ପାଣିଗ୍ରାହୀ, ପଣ୍ଡିତ ଧର୍ମେନ୍ଦ୍ର ପାଣ୍ଡେ, ସୁନୀଲ କୁମାର ସେନାପତି ଓ ଗୁରୁମା ଗୀତାଦେବୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ମନ୍ଦିର ପୂଜାର୍ଚ୍ଚନା ପୂଜକ କାଶୀନାଥ ପତି ସଞ୍ଚାଳନ କରିଥିଲେ। ଏହି ପବିତ୍ର ଆୟୋଜନ ଭକ୍ତମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ