ସୁପ୍ରିୟା ରାଉତ ହେଲେ ପଦ୍ମପୁର ବ୍ଲକ ମହିଳା ବିଜେଡି ସଭାପତି
ରାୟଗଡ( info media )ବିଜୁ ଜନତା ଦଳ ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ରାୟଗଡ ଜ଼ିଲ୍ଲା ର 11 ବ୍ଲକ ଓ 3 ଟି ନଗର ର ମହିଳା ସଭାପତି ଭାବେ କୁମାରୀ ପଲ୍ଲୀକା କୁ ରାୟଗଡ ବ୍ଲକ,ସୁଜାତା ସାହୁକାର କୁ ରାୟଗଡ ଟାଉନ, ସୌଭାଗିନୀ ବହୁକ କୁ କାଶୀପୁର ବ୍ଲକ, ସୁବ୍ରନ୍ଦିନୀ ବାଡାକ କୁ ବିଷମକଟକ ବ୍ଲକ, ଲବଣି କୁ ମୁନିଗୁଡା ବ୍ଲକ, ହାମି ହିମିରିକା କୁ କୋଳନରା ବ୍ଲକ, ନିର୍ମଳା କାଦ୍ରକ କୁ କେସିଂପୁର ବ୍ଲକ, ସୁପ୍ରିୟା ରାଉତ କୁ ପଦ୍ମପୁର ବ୍ଲକ, ସଂଗୀତା ପ୍ରଧାନୀ କୁ ରାମନାଗୁଡ଼ା ବ୍ଲକ, ସଂଜୀତା ପ୍ରତିଙ୍ଗା କୁ ଚନ୍ଦ୍ରପୁର ବ୍ଲକ, ଅରିଲା ମିଶାଲ କୁ ଗୁଡାରି ବ୍ଲକ ସଇଁତରୀ କଣ୍ଡଗୋରି କୁ ଗୁଡାରି ଏନ ଏ ସି,ସଂଗୀତା ଭୁନ୍ୟା କୁ ଗୁଣୁପୁର ବ୍ଲକ ଓ ଉର୍ମିଳା ମହାପାତ୍ର କୁ ଗୁଣୁପୁର ନଗର ସଭାପତି ଭାବେ ରାଜ୍ୟ ବିଜେଡି ମହିଳା ସଭାପତି ସ୍ନେହାଗିନୀ ଛୁରିଆ ନିଯୁକ୍ତି ଦେଇଛନ୍ତି l ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ଜ଼ିଲ୍ଲା ମହିଳା ବିଜେଡି ସଭାପତି ଅନୁସୟା ମାଝୀ, ରାଜ୍ୟ ବିଜେଡି ବରିଷ୍ଠ ନେତା ସୁଧୀର ଦାସ, ଜଗଦୀଶ ପାତ୍ର ନବ ନିଯୁକ୍ତ ମହିଳା ସଭାପତି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ଆଗାମୀ ଦିନ ରେ ରାୟଗଡ ଜ଼ିଲ୍ଲା ରେ ମହିଳା ସଂଗଠନ ବୃଦ୍ଧି ହେଵବୋଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
