ଗଣ୍ଡାହାତୀ ଠାରେ ଓଡିଶା ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଲୋଚନା ଵୈଠକ ଅନୁଷ୍ଠିତ।
ଗଜପତି,୨୦.୮(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଠାରେ ଓଡିଶା ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଲୋଚନା ଵୈଠକ ଅନୁଷ୍ଠିତ ହୋଇ ଯାଇଛି। ଆବାହକ ତଥା ସଂଘ ର ଉପଦେଷ୍ଠା ରାଜେନ୍ଦ୍ର କୁମାର ରଥ ଙ୍କ ତତ୍ୱାବଧାନ ଏବଂ ସଂଘର ଜିଲ୍ଲା ସଭାପତି ଅମିତ କୁମାର ପଟ୍ଟନାୟକ ଙ୍କ ନେତୃତ୍ବରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏହି ପରୀପ୍ରେକ୍ଷୀରେ ପୁର୍ବରୁ ହୋଇଥିବା କିଛି ବିଷୟ ଉପରେ ଆଲୋଚନା କରାଯାଇ ସଂଘ କୁ କିପରି ସାମାଜିକ କାର୍ଯ୍ୟ ଏବଂ ସମ୍ବାଦିକଙ୍କ ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା। ଏହି ଅବସରରେ ସର୍ଵ ସମତି ପ୍ରକାରେ ଗିନି କୁର୍ମା ରେଡ୍ଡୀ ଙ୍କୁ ଜିଲ୍ଲା ସମ୍ପାଦକ ଏବଂ ଭାସ୍କର ସ୍ୱାଇଁ ଙ୍କୁ ଜିଲ୍ଲା ସହ ସମ୍ପାଦକ ଭାବେ ଦାୟିତ୍ବ ଘୋଷଣା କରାଯାଇଥିବା ବେଳେ ଆଗାମୀ ଦିନରେ ପୁଣି ଏକ ବୈଠକ କରାଯାଇ ଅନ୍ୟ ପଦବୀ ଗୁଡ଼ିକୁ ଘୋଷଣା କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଅବସରରେ କୈଳାସ ଗୌଡ, ଯଦୁମଣୀ ଦଳେଇ, ଯୋଶବନ୍ତ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
