ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ।

ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ।

ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ।

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ସାମାନ୍ୟ କଥାକୁ ନେଇ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ବୁଲୁ ନାୟକ ନାମକ ଜଣେ ଯୁବକ ମୁନା ନାୟକ ନାମକ ଜଣେ ଯୁବକ କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆକ୍ରମଣ ର ଶୀକାର ମୁନାର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଯାହା ଫଳରେ ପରିବାର ଲୋକେ ମୁନାକୁ ଖଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ବୁଲୁ ଜଣେ ନିଶାସକ୍ତ ଓ ତା ବିରୁଦ୍ଧରେ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।