କନ୍ଧମାଳ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଦାୟିତ୍ୱ ଗ୍ରହଣ କଲେ ସମ୍ପତ୍ତି ଦିଗାଲ
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଦାୟିତ୍ୱ ଗ୍ରହଣ କଲେ ସମ୍ପତ୍ତି ଦିଗାଲ । ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ଵର୍ୟା ବିଶ୍ୱାଳଙ୍କ ଅନୁମୋଦନ, କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଉର୍ବଶୀ ଦିଗାଲଙ୍କ ସୁପାରିଶ ଏବଂ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମହିଳା ମୋର୍ଚ୍ଚାର ବିଭିନ୍ନ ପଦାଧିକାରୀଙ୍କ ନାମ ଅନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।ଏହି କ୍ରମରେ ଫିରିଙ୍ଗିଆ ବ୍ଲକ୍ର ସମ୍ପତ୍ତି ଦିଗାଲଙ୍କୁ କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ଦାୟିତ୍ୱ ପାଇବା ପରେ ଶ୍ରୀମତୀ ଦିଗାଲ ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ଵର୍ୟା ବିଶ୍ୱାଳ ଓ କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଉର୍ବଶୀ ଦିଗାଲ ଏବଂ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏଥିସହ ଦଳର ସମସ୍ତ ନେତା, କର୍ମକର୍ତ୍ତା ଓ ଶୁଭେଚ୍ଛୁମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।ନୂତନ ଦାୟିତ୍ୱ ସମ୍ପର୍କରେ ସମ୍ପତ୍ତି ଦିଗାଲ କହିଛନ୍ତି ଯେ, ଦଳ ତାଙ୍କ ଉପରେ ଆସ୍ଥା ଓ ଭରସା ରଖି ଯେଉଁ ଦାୟିତ୍ୱ ପ୍ରଦାନ କରିଛି, ତାହାକୁ ସେ ନିଷ୍ଠା ଓ ଦାୟିତ୍ୱବୋଧର ସହିତ ତୁଲାଇବେ । ଜିଲ୍ଲାରେ ମହିଳା ସଂଗଠନକୁ ଆହୁରି ସୁଦୃଢ଼ କରିବା ସମେତ ଦଳୀୟ ସଂଗଠନକୁ ମଜବୁତ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।ସମ୍ପତ୍ତି ଦିଗାଲଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ ଫିରିଙ୍ଗିଆ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ ନେତା ଓ କର୍ମକର୍ତ୍ତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
