ସ୍ୱାମୀ ସ୍ତ୍ରୀ ଙ୍କ ଝଗଡାରେ ସମୁନ୍ଧୁଣି ଙ୍କ ଉପରେ ଝିଅର ବାପା ସମୁନ୍ଧିଙ୍କ ଆକ୍ରମଣ ! ଥାନାରେ ଏତଲା

ସ୍ୱାମୀ ସ୍ତ୍ରୀ ଙ୍କ ଝଗଡାରେ ସମୁନ୍ଧୁଣି ଙ୍କ ଉପରେ ଝିଅର ବାପା ସମୁନ୍ଧିଙ୍କ ଆକ୍ରମଣ ! ଥାନାରେ ଏତଲା

ସ୍ୱାମୀ ସ୍ତ୍ରୀ ଙ୍କ ଝଗଡାରେ ସମୁନ୍ଧୁଣି ଙ୍କ ଉପରେ ଝିଅର ବାପା ସମୁନ୍ଧିଙ୍କ ଆକ୍ରମଣ ! ଥାନାରେ ଏତଲା

କନ୍ଧମାଳ :୨୦/୨୬ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବଜାର ଅଞ୍ଚଳର ଶିକ୍ଷତ ଯୁବକ ଶାନ୍ତନୁ ବେହେରା ଆଜକୁ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ବଡ଼ିମୁଣ୍ଡା ଅଞ୍ଚଳର ପୂର୍ଵତନ ସେନା କର୍ମଚାରୀ ଖଲେଶ୍ୱର ପ୍ରଧାନଙ୍କ ଏକ ମାତ୍ର ଝିଅକୁ ଭଲପାଇ ମନ୍ଦିରରେ ବିବାହ କରିଥିଲେ l କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇ ଦୁହେଁ ଅଲଗା ହୋଇ ଝିଅଟି ତାଙ୍କ ବାପା ଘରେ ଭୁବନେଶ୍ୱର ରେ ରହି ଆସୁଥିଲେ l ଦୀର୍ଘ ବର୍ଷ ହେବ ଦୁଇଙ୍କ ମଜୁବୁତ ସମ୍ପର୍କ ଭିତରେ ବାପା ମାଙ୍କ କଥା ରେ ପଡ଼ି ସାନ୍ତୁନ ବେହେରା ଙ୍କ ଠାରୁ ଦୁରେଇ ଯିବାକୁ ଝିଅ ଟି ଚେଷ୍ଟା କରିଥିଲେ l ସୂଚନା ଅନୁସାରେ କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲା ତପଙ୍ଗ ଅଞ୍ଚଳର ଏକ ପୁରୁଷ ବନ୍ଧୁ ଆକାଶ ପ୍ରତାପ ସିଂ ଙ୍କୁ ଝିଅଟି ଭଲପାଇ ପୁନର୍ବାର ବିବାହ କରିବାକୁ ଯାଉଥିବା ନେଇ ଶାନ୍ତନୁ ବେହେରା ଠୋସ ପ୍ରମାଣ ପାଇଥିଲେ l ତେଣୁ ଶାନ୍ତନୁ ନିଜ ସ୍ତ୍ରୀ ର ପୁନଃ ବିବାହ କୁ ଅଟକେଇବା ପାଇ ଜି ଉଦୟଗିରି କୋର୍ଟ ରେ ଏକ ସିଭିଲ କେଶ ଫାଇଲ କରିଥିଲେ l ନିଜ ଝିଅର ନାମରେ କେଶ ହୋଇଥିବା ନେଇ ଖଲେଶ୍ୱର ଜାଣିବା ପରେ ରାଗରେ ଜର୍ଜରିତ ହୋଇ ଆସି ଟିକାବାଲି ବସଷ୍ଟାଣ୍ଡ ନିକଟ ପଠାଣସାହି ରେ ବାସକରୁଥିବା ଶାନ୍ତନୁ ବେହେରାଙ୍କ ମାତା ସୁଭାଷିନୀ ବେହେରାଙ୍କୁ ଆକ୍ରମଣ କରିଥିବା ନେଇ ଟିକାବାଲି ଥାନାରେ ଏକ ଅଭିଯୋଗ ହୋଇଛି l ଏତଲା ପ୍ରକାରେ ଖଲେଶ୍ୱରଙ୍କ ପରିବାର ର ଝିଅକୁ ଅନ୍ୟତ୍ର ବିବାହ କରିବା ନେଇକି ମୋ ପୁଅକୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ଶାନ୍ତୁନ ଙ୍କ ମା ସୁଭାଷିନୀ ଉଲେଖ କରିଛନ୍ତି l ଥାନା ଅଧିକାରୀ ଶ୍ରୀ ଶିବ ରଞ୍ଜନ ସିଙ୍ଗା ଏତଲା କୁ ଗ୍ରହଣ କରି ତଦନ୍ତ ଚାଲୁ ରଖିଥିବାର ସୂଚନା ମିଳିଛି। ଏହି ପରି ଯୋଡ଼ି ହୋଇଥିବା ସ୍ୱାମୀ ସ୍ତ୍ରୀ ଙ୍କ ପରିବାର କୁ ନିୟାୟ ପ୍ରଦାନ କରି ପୁନର୍ବାର ଦୁଇଙ୍କୁ ଏକାଠି କଲେ ପରିବାର ଭିତରେ ଶାନ୍ତି ଫେରିଆସନ୍ତା ବୋଲି ଜନସାଧାରଣଙ୍କ ମତ l