ସହସ୍ର କଳସ ଅଭିଷେକ ସହିତ 24 କୁଣ୍ଡିୟ ଶ୍ରୀ ମୋହ ମୃତ୍ୟୁଞ୍ଜୟ ରୁଦ୍ର ମହାଯଂଜ୍ଞ ଅନୁଷ୍ଠିତ
ରାୟଗଡ( info media) ରାୟଗଡ ଜ଼ିଲ୍ଲା ପଦ୍ମପୁର ବ୍ଲକ କର୍ଣ୍ଣପାଡୁ ଗ୍ରାମର ପବିତ୍ର ବଂଶଧାରା ନଦୀକୂଳ ରର ଅବସ୍ତିତ ଶ୍ରୀ ଶ୍ରୀ ଶ୍ରୀ ଗଙ୍ଗାଧର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶ୍ରାବଣ ମାସ ର ସିଂହ ସଂକ୍ରାନ୍ତି ନାଗପଞ୍ଚମୀ ଅବସୋର ରେ ମିଟ୍ସ ଅଧକ୍ଷ ବଲକୃଷ୍ଣ ପଣ୍ଡା ଙ୍କ ପରିବାର ଆନୁକୂଲ୍ୟରେ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ଙ୍କ ପ୍ରତାକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ପ୍ରଥମ ଥର ଏହି ଭଳି କାର୍ଯ୍ୟକ୍ରମ ଏହି ଗଙ୍ଗାଧର ମହାପ୍ରଭୁ ଙ୍କ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବାରୁ ବହୁ ଦୁରଦୂରାନ୍ତ ରୁ ବହୁ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ସହିତ ପୂଜନ ଅଭିଷେକ ଓ ମହାରୁଦ୍ରାଭିଷେକ ଯଂଜ୍ଞ ସମ୍ପୂର୍ଣ୍ଣ କରିଥିଲେ l ସତଧୂକ ଭକ୍ତ ବଂଶଧାରା ନଦୀରୁ କଳସ ରେ ପାଣି ଆଣି ମହାଦେବ ଙ୍କ ସହସ୍ରା ଧିକ କଳସ ରୁଦ୍ରପାଠ ଶିବ ସହସ୍ରା ନାମପୂର୍ବକ ଅଭିଷେକ କରିଥିଲେ l ପରେ ପରେ 24 କୁଣ୍ଡିୟ ମହାମୃତ୍ୟୁଞ୍ଜୟ ରୁଦ୍ରଯଂଜ୍ଞ ଅତ୍ୟନ୍ତ ସୁନ୍ଦର ଭାବେ ଶ୍ରଦ୍ଧା ଭକ୍ତି ର ସହିତ ପୂର୍ଣ୍ଣାହୁତି କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଭକ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥିଲା l ବଲକୃଷ୍ଣ ପଣ୍ଡା, ଚନ୍ଦ୍ରଧ୍ଵଜ ପଣ୍ଡା, ବିଷ୍ଣୁ ପଣ୍ଡା ଓ ନିରଞ୍ଜନ ପାଢ଼ୀ ଦମ୍ପତି ଏହି ଯଜ୍ଞ କାର୍ଯ୍ୟକ୍ରମ ରେ ସଂଚଳନ କରିବା ଦିଗରେ ସମ୍ପୂର୍ଣ ସହାୟତା ପ୍ରଦାନ କରିଥିଲେ l ମନ୍ଦିର ପୂଜକ ଗୌରୀ ଶଙ୍କର, ଗାୟତ୍ରୀ ପରିବ୍ରାଜକ ପ୍ରମୋଦ କୁମାର ସାହୁ, ସତ୍ୟନାରାଣ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ଉଦୟ ପଣ୍ଡା, ସୀତାକାନ୍ତ ପଣ୍ଡା, ଖାଲିଜେନା ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ସସହଯୋଗ କରିଥିଲେ l ରାୟଗଡ଼ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଶବର, ବିଜେପି ର କାଉନସିଲ ସଭ୍ୟ ୱାଇ ଗଣପତି ରାଓ, ଜ଼ିଲ୍ଲା ପରିଷଦ ସଭ୍ୟା ଡାରଗିନ ଶବର, ନାଇରା ସରପଞ୍ଚ ତୁଳସା ଶବର ଙ୍କ ସମତେ ବହୁ ନେତା ଯୋଗ ଦେଇ ମହାଦେବ ନଲ ଆଶୀର୍ବାଦ ଭିକ୍ଷା କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
