ଝରାପାଲି ମାର୍କେଟ ଥୁଆପାଲି ଠାରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ ୟାର୍ଡ଼ ଠାରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଝରାପାଲି ମାର୍କେଟ ଇନ୍ଚାଜ ଲିଂଗରାଜ ସୁନା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ପୂର୍ବତନ ସରପଞ୍ଚ ଭୀମସେନ ମଲ୍ଲିକ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ବରଗଡ ର ସଦସ୍ୟ ବିଜନ ପାଢ଼ୀ ଯୋଗ ଦେଇଥିଲେ। ଏହି ସମୟରେ ଝରାପାଲି ମାର୍କେଟ କର୍ମଚାରୀ, ସଂକ୍ରିଡା ସମବାୟ ସମିତି କର୍ମଚାରୀ ଓ ଚାଷୀ ମାନେ ଉପସ୍ଥିତ ରହି ଥିଲେ। ସେହିପରି ଭାବରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ଠାରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତି ର ସଭାପତି ସୁବ୍ରତ କୁମାର ଚାନ୍ଦ ଯୋଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ସମିତି ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ଝରାପାଲି ମାର୍କେଟ ଇନ୍ଚାଜ ଲିଂଗରାଜ ସୁନା, ସଂଯୁକ୍ତ ମୋର୍ଚ୍ଚା କୃଷକ ସଙ୍ଗଠନ ସଦସ୍ଯ ବିଜନ କୁମାର ପାଢ଼ୀ ଯୋଗ ଦେଇଥିଲେ। ଏହି ସମୟରେ ସମବାୟ ସମିତି ଡାଇରେକ୍ଟର, ସମିତି କର୍ମଚାରୀ, ମାର୍କେଟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସେହିପରି ଭାବରେ ସଂକ୍ରିଡା ରାଜସ୍ବ କାର୍ଯ୍ୟାଳୟ ଠାରେ ରାଜସ୍ବ ନିରୀକ୍ଷକ ସତ୍ୟପ୍ରକାଶ ଭୂଏ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ଅତିରିକ୍ତ ରାଜସ୍ବ ନିରୀକ୍ଷକ ଅମରେନ୍ଦ୍ର ଗଡତିଆ ଓ ଚାଷୀ ମାନେ ଉପସ୍ଥିତ ରହି ଥିଲେ। ସେହିପରି ଭାବରେ ଥୁଆପାଲି, ଝରାପାଲି ମାର୍କେଟ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

