ପଞ୍ଚାୟତ ସମିତି ଟିକାବାଲି ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା….
କନ୍ଧମାଳ:- 14/8/26(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମିତି ନିକଟସ୍ଥ ହାଇ ସ୍କୁଲ ପଡ଼ିଆ ଠାରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ବିଷ୍ଣୁ ଗୋବିନ୍ଦଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ସଭାଯାତ୍ରାରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର, ଶ୍ରୀମତୀ ଅଜୟନ୍ତୀ ପ୍ରଧାନ,ଯୁବନେତା ରାଜକିଶୋର ପ୍ରଧାନ, ଶ୍ରୀରାମ ଭାଇ ପ୍ରମୁଖ ସ୍ଥାନୀୟ ସ୍କୁଲର ଛାତ୍ର ଛାତ୍ରୀ, ବ୍ଲକ କର୍ମଚାରୀ, ପୋଲିସ ପ୍ରଶାସନ,ସାମ୍ବାଦିକ ପ୍ରତିନିଧି, ଓ ଅନେକ ସମାଜସେବୀ ,ଉପସ୍ଥିତ ରେ ଆଜିର ଏହି ହର ଘର ତ୍ରିରଙ୍ଗା ଶୋଭାଯାତ୍ର ରେ ଭାଗ ନେଇ ଟିକାବାଲି ବଜାର ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ସହ ଦେଶ ଭକ୍ତି ସ୍ଲୋଗାନ, ଦେଶତ୍ମକ ଗୀତ ଗାଈ ଅତି ଶୃଙ୍ଖଳl ଏକ ଦେଶ,ରାଷ୍ଟ୍ର ଭକ୍ତି, ମୈତ୍ରୀ, ରାଷ୍ଟ୍ର ଚେତନା ର ପରିଲକ୍ଷିତ ହେଉଥିଲା l ଏହା ଏକ ରାଷ୍ଟ୍ର ଏକତା ରାହା ଅଟେ, ହର ଘର ତ୍ରିରଙ୍ଗା ସଭାଯାତ୍ରା କୁ ଅଞ୍ଚଳ ବାସୀ ତଥା ଜନସାଧାରଣ ବହୁତ ପ୍ରଶଂସା କରିବା ସହିତ ସ୍ୱାଗତ କରୁଥିଲେ l ଏହି ତ୍ରିରଙ୍ଗା ସଭାଯାତ୍ରା ରେ ସ୍ଥାନୀୟ ପୋଲିସ ପ୍ରଶାସନ ଜନ ଗହଳି ର ସମାଗମ ସ୍ଥିତିକୁ ଶାନ୍ତି ଶୁଙ୍ଖଳା ରକ୍ଷା କରିଥିଲେ l
