ଟିକାବାଲି ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ…….
କନ୍ଧମାଳ ଜିଲ୍ଲା ତା-୧୪/୦୮/୨୬ (ରିପୋର୍ଟ କୁନା ଦିଗାଲ )ରିଖ ଶୁକ୍ରବାର ଟିକାବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣୀ ଏପିଓ ନବନୀତା ତ୍ରିପାଠୀ ଙ୍କ ତତ୍ବାବଧାନରେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁସଳ ଚନ୍ଦ୍ର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ଗୋବିନ୍ଦ, ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲିପ କୁମାର କହଁର, ସହକାରୀ ନିର୍ବାହୀ ଯନ୍ତ୍ରୀ ରୂଦ୍ର ନାରାୟଣ ମାଝୀ, ବ୍ଲକ ସାମାଜିକ ସମିକ୍ଷକ ପ୍ରଫୁଲ୍ଲ ପ୍ରଧାନ ଉପସ୍ଥିତିରେ ୧୧ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟରେ ଚେକ୍ ଡେମ୍ , ଆଡ଼ିବନ୍ଧ , ମାଟି ରାସ୍ତା, ଏଭଳି ବିଭିନ୍ନ କାର୍ଯ୍ୟ ଚାଲିଥିବା ଓ ଅଧାପନ୍ତରିଆ ରହି ଯାଇଥିବା କାର୍ଯ୍ୟଗୁଡ଼ିକ ସପ୍ତାହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପିଇଓ, ଏଡିଓ, ମେଟ୍ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ। ପରେ ଭିଆର୍ ପି ମାନେ ଅଭିଯୋଗ କରିଥିଲେ ଯେ ଟିକାବାଲି ବ୍ଲକର ପାଡାଙ୍ଗି ପଞ୍ଚାୟତରେ ଅଡିଟି କରିଗଲା ବେଳେ ପଞ୍ଚାୟତରେ ତାଲା ଝୁଲୁଛି କେଣସି ଗାଁ ସାଥି ସହଯୋଗ କରୁ ନାହାନ୍ତି। କଇଁଝର ଗ୍ରାମ ପଞ୍ଚାୟତ ମଧ୍ୟ ରିସ୍ତା କାର୍ଯ୍ୟ ହୋଇଛି। ସେହି ନିସ୍ତାର କାର୍ଯ୍ୟର ସୂଚନା ଫଳକ ବୋର୍ଡର ଫୋଟୋ ମଧ୍ୟ ଦେଖାଉ ନାହାନ୍ତି। ଏହି ଦୁଇଟି ପଞ୍ଚାୟତ କୁ ଯାଇ ପାଞ୍ଚ ପାଞ୍ଚ ଥର କେସ୍ ରେକର୍ଡ ଯାଞ୍ଚ୍ ପରିବା ପାଇଁ ମାଗିଲେ ମଧ୍ୟ ଦେଖାଉ ନାହାନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିବା ସହିତ ସମସ୍ତ ଙ୍କୁ କହିଥିଲେ ଯେ ସୂଚା ରୂପେ ମନେରେଗା କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ସଠିକ୍ ଭାବେ ଜବ୍ କାର୍ଡ ଧାରୀ ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଯୋଗାଇ ଦେଇ ଏବଂ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସମିତିର ପ୍ରତ୍ୟେକ ବୈଠକ ହେଲେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହୁଥିବା ବେଳେ ଫରେଷ୍ଟର ରେଞ୍ଜର କୈଣସି ବୈଠକରେ ଉପସ୍ଥିତ ରହୁ ନଥିବାରୁ ଆଜି ସମିତି ଅଧ୍ୟକ୍ଷ ଦିଲ୍ଲୀପ କହଁର ଅତିରିକ୍ତ ଜିଲ୍ଲାପାଳ ଙ୍କୁ କାର୍ଯ୍ୟାନୂଷ୍ଠାନ ନେବା ପାଇଁ ଅବଗତ କରାଇଥିଲେ। ଆଜିର ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ୧୧ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପିଇଓ,ଏଡିଓ, ଭିଆର୍ ପି, ମେଟ୍ , ସମେତ ଜବ୍ କାର୍ଡ ହିତାଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
