ଗଞ୍ଜାମ ଜିଲ୍ଲା ପୋଲସରାରେ “ହର ଘର ତ୍ରିରଙ୍ଗା” ପଦଯାତ୍ରା, ପଦଯାତ୍ରାର ଶୋଭା ବଢାଇଲା ୫୦୦ ମିଟର ଜାତୀୟ ପତାକା)

ଗଞ୍ଜାମ ଜିଲ୍ଲା ପୋଲସରାରେ "ହର ଘର ତ୍ରିରଙ୍ଗା" ପଦଯାତ୍ରା, ପଦଯାତ୍ରାର ଶୋଭା ବଢାଇଲା ୫୦୦ ମିଟର ଜାତୀୟ ପତାକା)

ଗଞ୍ଜାମ ଜିଲ୍ଲା ପୋଲସରାରେ “ହର ଘର ତ୍ରିରଙ୍ଗା” ପଦଯାତ୍ରା, ପଦଯାତ୍ରାର ଶୋଭା ବଢାଇଲା ୫୦୦ ମିଟର ଜାତୀୟ ପତାକା)

ପୋଲସରା ୧୨/୦୮/୨୬ ପବିତ୍ର ୮୦ ତମ ସ୍ବାଧୀନତା ଦିବସ ଅବସରରେ “ହର ଘର ତ୍ରିରଙ୍ଗା” ପଦଯାତ୍ରା ଆଜି ପୋଲସରା ସହରରେ ଅନୁଷ୍ଠିତ ହୋଇଯାଇଛି।୫୦୦ ମିଟର ବିଶାଳ ତ୍ରିରଙ୍ଗା ପତାକା ଧରି କଲେଜ ଛାତ୍ରଛାତ୍ରୀ ଓ ମହିଳାମାନେ ସହର ପରିକ୍ରମା କରିଥିବା ବେଳେ ପଦଯାତ୍ରାର ଶୋଭା ବଢାଇଥିଲା ଏହି ବିଶାଳ ତ୍ରିରଙ୍ଗା ପତାକା। ପୋଲସରା ସହରର ଲୁଣିଘାଟି ପଡ଼ିଆ ଠାରୁ ଏହି ପଦଯାତ୍ରା ବାହାରି ମୁଖ୍ୟ ସଡ଼କରେ ବାଲୁଙ୍କେଶ୍ୱର ଓ ରାମ ମନ୍ଦିର ଦେଇ ରାଣୀପଡା ଲଙ୍ଗଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ଏହି ପଦଯାତ୍ରା ପରିକ୍ରମା କରୁଥିବା ବେଳେ ଏଥିରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମିଲ ହୋଇଥିଲେ। ଏହି ପଦଯାତ୍ରାର ମୁଖ୍ୟ ଆକର୍ଷଣ ୫୦୦ ମିଟର ଲମ୍ବା ତ୍ରିରଙ୍ଗା ପତାକା ହୋଇଥିବା ବେଳେ ଯୁବନେତା ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ, ତ୍ରିରଙ୍ଗା ପଦଯାତ୍ରାର ଜିଲ୍ଲା ସହ ସଂଯୋଜକ ସୁନୀଲ ପାଢ଼ୀ, ସାଂସଦ ପ୍ରତିନିଧି ସିମାଞ୍ଚଳ ସାହୁ, ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ,ପ୍ରଶାନ୍ତ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ଜେନା, କାହ୍ନୁଚରଣ ଦାସ,ବରିଷ୍ଠ କାର୍ଯ୍ୟକର୍ତ୍ତା ଗଙ୍ଗା ନାୟକ ଓ ହରିହର ସାହୁ, ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନ,ରଘୁନାଥ ପଣ୍ଡା,କାମ୍ପ ବାଢେଇ,ସଞ୍ଜୁକ୍ତା ପ୍ରଧାନ ହୋଇଥିବା ବେଳେ ବିଡ଼ିଓ ଶଶିଭୂଷଣ ମହାପାତ୍ର,କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା, ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁ ସମେତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଓ ଆଞ୍ଚଳିକ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା,ସ୍ବଛ ସାଥି,ସିଆରପି,ଏମମ୍ବିକେ,ପୋଲସରା ଅଞ୍ଚଳର ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ