ରେମଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟ ର ପୂର୍ବତନ ବିଜ୍ଞାନ ଶିକ୍ଷକ ଲାବଣ୍ୟ ପ୍ରଧାନ କଂ ପରଲୋକ ହୋଇଯାଇଛି।
ବରଗଡ ୧୨,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟ ର ପୂର୍ବତନବିଜ୍ଞାନ ଶିକ୍ଷକ ଲାବଣ୍ୟ ପ୍ରଧାନ ଙ୍କ ପରଲୋକ ହୋଇଯାଇଛି। ଗତ କାଲି ଏକ ଘରୋଇ ହସ୍ପିଟାଲ ରେ ଚିକତ୍ସାଧୀନ ଅବସ୍ଥା ରେ ପରଲୋକ ହୋଇଯାଇଛି। କିଛିଦିନ ଧରି କିଡ଼ନୀ ରୋଗ ରେ ପୀଡିତ ହୋଇ ଚିକିତ୍ସିତ ହୋଉଥିଲେ। ୧୯୯୪ ମସିହା ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ।ସ୍ଵର୍ଗତ ପ୍ରଧାନ ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରିୟ ଭାଜନ ହୋଇପାରିଥିଲେ। ଆଜି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ ସାହୁ ଙ୍କ ତତ୍ଵାବଧାନ ରେ ତାକଂର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ୨ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରୀ ଉପସ୍ଥିତ ଥିଲେ।
