ପାରଳାଖେମୁଣ୍ଡି ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ। ।

ପାରଳାଖେମୁଣ୍ଡି ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ। ।

ପାରଳାଖେମୁଣ୍ଡି ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ। ।

ଗଜପତି, ୧୧.୭(ମନୋଜ ପାଢୀ) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ ବ୍ୟବସାୟୀଙ୍କ ଦ୍ଵାରା କୁଢ଼ କୁଢ଼ ମଇଳା ପକାଯାଉଛି। ଫଳରେ ଗାଈଗୋରୁ ମାନେ ସେଗୁଡିକ ଖାଇ ରୋଗାକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ ହୋଇପଡ଼ିବା ଏବଂ ରାସ୍ତା କଡ଼ରେ ମଇଳା ଗଦା ହେବା ଏବେ ଏକ ଗମ୍ଭୀର ସମସ୍ୟା ପାଲଟିଛି। ବିଶେଷ କରି ରାସ୍ତା କଡ଼ ବ୍ୟବସାୟୀ, ଦୋକାନୀ ଏବଂ ସ୍ଥାନୀୟ ଅଞ୍ଚଳରୁ ବାହାରୁଥିବା ମଇଳାକୁ ଉପଯୁକ୍ତ ସ୍ଥାନରେ ନପକାଇ ଏଣେତେଣେ ଫୋପାଡ଼ିବା କାରଣରୁ ସହରର ସ୍ୱଚ୍ଛତା ପ୍ରଭାବିତ ହେଉଛି।ସମ୍ପ୍ରତି ଖବର ଅନୁଯାୟୀ, ପାରଳାଖେମୁଣ୍ଡି ସହରର ଆବର୍ଜନା ଏବଂ ପରିମଳ ବ୍ୟବସ୍ଥାକୁ ନେଇ କିଛି ମୁଖ୍ୟ ଘଟଣା ସାମ୍ନାକୁ ଆସିଛି। କଲେଜ ଛକ ନିକଟରେ ଥିବା ଜଳଖିଆ ବ୍ୟବସାୟୀଙ୍କ ଚରମ ଦାୟିତ୍ବହୀନତା ଯୋଗୁଁ ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟବସାୟୀମାନେ ଡଷ୍ଟବିନ ବ୍ୟବହାର କରିବା ପରିବର୍ତ୍ତେ ସର୍ବସାଧାରଣ ସ୍ଥାନରେ ଖାଦ୍ୟ ଅବଶିଷ୍ଟାଂଶ ଓ ବ୍ୟବହୃତ କାଗଜ ଥାଳିକୁ ଫୋପାଡି ଦେଉଛନ୍ତି। ପୌର ପାଳିକା ପକ୍ଷରୁ ନିରନ୍ତର ଭାବରେ ଅଳିଆ ସଂଗ୍ରହ ପାଇଁ ଗାଡ଼ି ଆସୁଥିବା ବେଳେ ଏମାନେ କେଉଁ କାରଣରୁ ସାର୍ବଜନୀକ ରାସ୍ତାରେ ଫୋଫାଡୁଛନ୍ତି ତାହା ବୁଝାପଡୁନାହିଁ ବୋଲି ବୁଦ୍ଧିଜୀବୀମାନେ ଉଦବେଗ ପ୍ରକାଶ କରିଛନ୍ତି।ରାସ୍ତା କଡ଼ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ପକାଯାଉଥିବା ପ୍ଲାଷ୍ଟିକ ଓ ମଇଳା ନାଳର ଜଳପ୍ରବାହକୁ ଅବରୋଧ କରିବା ଫଳରେ ସାମାନ୍ୟ ବର୍ଷାରେ ନାଳର ଅପରିଷ୍କାର ପାଣି ରାସ୍ତାରେ ଭାସୁଛି। ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସହରକୁ ସ୍ୱଚ୍ଛ ରଖିବା ପାଇଁ ପୂର୍ବରୁ କର୍ମଶାଳାମାନ ଆୟୋଜନ କରାଯାଇ ଯୋଜନାମାନ ପ୍ରସ୍ତୁତ କରାଯାଇଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ନିୟମିତ ସଫେଇ ହେଉନଥିବା ଏବଂ ମଇଳା ଗଦାଗୁଡ଼ିକୁ ଠିକ୍ ସମୟରେ ଉଠାଯାଉନଥିବା ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଛନ୍ତି। ରାସ୍ତା କଡ଼ରେ ବେଆଇନ ଭାବେ ମଇଳା ପକାଉଥିବା ଲୋକଙ୍କ ଉପରେ ପୌରପାଳିକା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏବଂ ଡଷ୍ଟବିନ୍‌ର ସଠିକ୍ ବ୍ୟବସ୍ଥା ନକଲେ ଆଗକୁ ସହରରେ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।