ଗଞ୍ଜାମ ଜିଲ୍ଲା ସୋରଡ଼ା ଜଳଭଣ୍ଡାରରେ ହେବ ଭାସମାନ ସୋଲାର ପ୍ରକଳ୍ପ!ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ମିଳିବ ନୂଆ ଗତି ଭଏସ୍ଓଭର୍ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରୁ ଆସିଛି ଏକ ବଡ଼ ଖବର। ସୋରଡ଼ା ଜଳଭଣ୍ଡାରରେ ଭାସମାନ ସୋଲାର ପ୍ରକଳ୍ପ ସ୍ଥାପନ କରିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା।ପାଣି ଉପରେ ସୋଲାର ପ୍ୟାନେଲ୍ ବସାଇ ସୌର ଶକ୍ତି ଉତ୍ପାଦନ କରିବାର ଏହି ଯୋଜନା ଆଗାମୀ ଦିନରେ ସୋରଡ଼ାକୁ ସବୁଜ ଶକ୍ତିର ଏକ ନୂଆ ପରିଚୟ ଦେଇପାରେ।ସୂଚନା ଅନୁସାରେ, ସୋରଡ଼ା ଜଳଭଣ୍ଡାରରେ ଏଭଳି ପ୍ରକଳ୍ପର ସମ୍ଭାବନା ନେଇ ଅଧିକାରୀମାନଙ୍କ ପକ୍ଷରୁ ପରିଦର୍ଶନ ଓ ଆଲୋଚନା କରାଯାଇଛି। ଜଳଭଣ୍ଡାରର ଉପଯୋଗ ନକରିଥିବା ଜଳପୃଷ୍ଠକୁ ବ୍ୟବହାର କରି ସୌର ଶକ୍ତି ଉତ୍ପାଦନ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।ଭାସମାନ ସୋଲାର ପ୍ରକଳ୍ପ ହେଲେ ଜମି ଅଧିଗ୍ରହଣର ଆବଶ୍ୟକତା କମିବା ସହିତ ଜଳାଶୟର ଜଳ ବାଷ୍ପୀଭବନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇପାରେ। ଏଥିସହ ଅକ୍ଷୟ ଶକ୍ତି ଉତ୍ପାଦନ ବଢ଼ିବା ସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଏହା ଏକ ପ୍ରମୁଖ ପଦକ୍ଷେପ ହୋଇପାରେ।ସୋରଡ଼ା ଭଳି ଅଞ୍ଚଳରେ ଏଭଳି ଆଧୁନିକ ସୌର ପ୍ରକଳ୍ପ ଆସିଲେ ଅଞ୍ଚଳର ବିକାଶ ସହିତ ଅକ୍ଷୟ ଶକ୍ତି କ୍ଷେତ୍ରକୁ ମଧ୍ୟ ମିଳିବ ନୂଆ ଦିଗ।ତେବେ ଏହି ପ୍ରକଳ୍ପ କେବେ ଆରମ୍ଭ ହେବ, କେତେ କ୍ଷମତାର ସୋଲାର ପ୍ରକଳ୍ପ ହେବ ଏବଂ ଏଥିରୁ କେତେ ପରିମାଣର ବିଦ୍ୟୁତ୍ ଉତ୍ପାଦନ ହେବ—ସେନେଇ ଆଗାମୀ ଦିନରେ ସ୍ପଷ୍ଟ ଚିତ୍ର ମିଳିବ।ସୋରଡ଼ା ଜଳଭଣ୍ଡାରରେ ଭାସମାନ ସୋଲାର ପ୍ରକଳ୍ପ ହେଲେ ଏହା ଗଞ୍ଜାମ ଜିଲ୍ଲା ପାଇଁ ଏକ ବଡ଼ ଉପଲବ୍ଧି ହେବ ବୋଲି ଆଶା କରାଯାଉଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ସୋରଡ଼ା ଜଳଭଣ୍ଡାରରେ ହେବ ଭାସମାନ ସୋଲାର ପ୍ରକଳ୍ପ!
