ଗଞ୍ଜାମ ଜିଲ୍ଲାରେ ଆସିକା ପୋଲିସର ବଡ଼ ଆକ୍ସନଚୋରି ମାମଲାରେ ୩ ଅଭିଯୁକ୍ତ ଗିରଫ, ୫ଟି ବାଇକ୍ ଜବତଭଏସ୍ଓଭର୍:
ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଆସିକା ପୋଲିସ।ଆସିକା ଥାନା କେସ୍ ନମ୍ବର ୪୨୨/୦୭.୦୮.୨୦୨୬ ଏବଂ BNS ଧାରା ୩୦୩(୨)/୩୧୭(୪)/୩୧୮(୪)/୩୩୬/୧୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି।ଗିରଫ ଅଭିଯୁକ୍ତମାନେ ହେଲେ ନବୀନ ଓ ଅଶୋକ, ଉଭୟଙ୍କ ଘର ଥେଙ୍ଗାପଲ୍ଲୀ ଏରୋଗଲା ବସା ଅଞ୍ଚଳରେ। ଅନ୍ୟ ଜଣ ଅଭିଯୁକ୍ତ ହେଉଛନ୍ତି ସନ୍ତୋଷ, ତାଙ୍କ ଘର ପାକଲାପଲ୍ଲୀ ଏରୋଗଲା ବସା ବୋଲି ଜଣାପଡ଼ିଛି।ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ୫ଟି ବାଇକ୍ ଜବତ କରିଛି।ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ, ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ଗଣେଶ ପାଣିଗ୍ରାହୀ, ରିପୋର୍ଟ।
