କଲ୍ୟାଣସିଙ୍ଗପୁର ବ୍ଲକ ରେ ଜନସାଧାରଣ ଙ୍କ ସମସ୍ୟା ଓ ଉନୟନ ମୂଳକ କାମ ରେ ସ୍ୱଛତା ନେଇ ବିଜେଡି ଦଳ ପକ୍ଷରୁ ପ୍ରସାଶନ ଙ୍କ ସହିତ ଆଲୋଚନା

କଲ୍ୟାଣସିଙ୍ଗପୁର ବ୍ଲକ ରେ ଜନସାଧାରଣ ଙ୍କ ସମସ୍ୟା ଓ ଉନୟନ ମୂଳକ କାମ ରେ ସ୍ୱଛତା ନେଇ ବିଜେଡି ଦଳ ପକ୍ଷରୁ ପ୍ରସାଶନ ଙ୍କ ସହିତ ଆଲୋଚନା

କଲ୍ୟାଣସିଙ୍ଗପୁର ବ୍ଲକ ରେ ଜନସାଧାରଣ ଙ୍କ ସମସ୍ୟା ଓ ଉନୟନ ମୂଳକ କାମ ରେ ସ୍ୱଛତା ନେଇ ବିଜେଡି ଦଳ ପକ୍ଷରୁ ପ୍ରସାଶନ ଙ୍କ ସହିତ ଆଲୋଚନା

ରାୟଗଡ ( ସ୍ୱ ପ୍ର ) ରାୟଗଡ଼ ଜିଲ୍ଲାର ବିଷମକଟକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକରେ ଦୀର୍ଘଦିନ ଧରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେଉନଥିବା, ଉନ୍ନୟନମୂଳକ କାର୍ଯ୍ୟରେ ସ୍ୱଚ୍ଛତାର ଅଭାବ ଓ ପ୍ରଶାସନ ଦଳମତ ଭିତ୍ତିରେ କାର୍ଯ୍ୟ କରୁଥିବା ଅଭିଯୋଗକୁ ନେଇ ବିଜୁ ଜନତା ଦଳ ରାୟଗଡ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ଶାରକା ଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ପ୍ରତିନିଧି ଦଳ ବ୍ଲକ ଉନୟନ ଅଧିକାରୀ ବିଡିଓ ଙ୍କ ସହ ସାକ୍ଷାତ୍ କରି ଜନସାଧାରଣଙ୍କ ସମସ୍ୟା ଓ ବିଭିନ୍ନ ଅଭିଯୋଗ ଉପସ୍ଥାପନ କରିବାକୁ ଚାହିଁଥିଲେ କିନ୍ତୁ ବିଡିଓ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ପ୍ରତିନିଧି ଦଳ ବ୍ଲକ କାର୍ଯ୍ୟାଳୟ ପରିସରରେ ରାୟଗଡ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ୍ କରି ସମସ୍ତ ବିଷୟ ଅବଗତ କରାଇଥିଲେ।ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ଦୁଇ ବର୍ଷ ଧରି କଲ୍ୟାଣସିଂହପୁର ବ୍ଲକର ସମିତି ବୈଠକ ଅନୁଷ୍ଠିତ ହୋଇନାହିଁ, ଯାହା ସ୍ଥାନୀୟ ସ୍ୱଶାସନ ବ୍ୟବସ୍ଥା ପ୍ରତି ଅବହେଳାର ସ୍ପଷ୍ଟ ପ୍ରମାଣ। ଏହାସହ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିରପେକ୍ଷତା ପରିବର୍ତ୍ତେ ଦଳମତ ଭିତ୍ତିକ କାର୍ଯ୍ୟ ହେଉଥିବା ନେଇ ମଧ୍ୟ ପ୍ରତିନିଧି ଦଳ କ୍ଷବ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରତିନିଧି ଦଳ ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ସହ ମିଶି ସେମାନଙ୍କ ଦୁଃଖଦୁର୍ଦ୍ଦଶା, ଅଭାବ-ଅସୁବିଧା ଓ ବିଭିନ୍ନ ଜନସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସେମାନଙ୍କ ଦାବିକୁ ପ୍ରଶାସନ ସମ୍ମୁଖରେ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଜେଡି ରାୟଗଡ଼ାର ବିଧାୟକ ପ୍ରାର୍ଥିନୀ ତଥା ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୟା ମାଝୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ଵତୀ ମାଝୀ ସରସ୍ଵତୀ , ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପି ଗୌରୀ ଶଙ୍କର ରାଓ, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ତଥା ରାୟଗଡ ଜ଼ିଲ୍ଲା ବିଜେଡି ଉପସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ,ସୁନ୍ଦର ରାଓ ବାଘ,ଙ୍କ ସମେତ କଲ୍ୟାଣସିଂହପୁର ବ୍ଲକର ବହୁ ବରିଷ୍ଠ ନେତୃମଣ୍ଡଳୀ, ଜନପ୍ରତିନିଧି ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ଜନସ୍ୱାର୍ଥ ହିଁ ବିଜୁ ଜନତା ଦଳର ପ୍ରଥମ ପ୍ରାଥମିକତା। ଲୋକଙ୍କ ଅଧିକାର, ସ୍ୱଚ୍ଛ ପ୍ରଶାସନ ଓ ସମାନ ଉନ୍ନତି ପାଇଁ ବିଜୁ ଜନତା ଦଳର ସଂଗ୍ରାମ ଅବିରତ ରହିବ ବୋଲି ସାରକା କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ