ଗଞ୍ଜାମ ଜିଲ୍ଲା ପ୍ରଶାସନ ପହଁଚି ପାରିନି, କିନ୍ନର ସଂଘ ପହଁଚିଲେ: ପରିତ୍ୟକ୍ତ ବିଦ୍ୟାଳୟରେ ରହୁଥିବା ବୃଦ୍ଧ ଦମ୍ପତିଙ୍କୁ ସହାୟତା

ଗଞ୍ଜାମ ଜିଲ୍ଲା ପ୍ରଶାସନ ପହଁଚି ପାରିନି, କିନ୍ନର ସଂଘ ପହଁଚିଲେ: ପରିତ୍ୟକ୍ତ ବିଦ୍ୟାଳୟରେ ରହୁଥିବା ବୃଦ୍ଧ ଦମ୍ପତିଙ୍କୁ ସହାୟତା

ଗଞ୍ଜାମ ଜିଲ୍ଲା ପ୍ରଶାସନ ପହଁଚି ପାରିନି, କିନ୍ନର ସଂଘ ପହଁଚିଲେ: ପରିତ୍ୟକ୍ତ ବିଦ୍ୟାଳୟରେ ରହୁଥିବା ବୃଦ୍ଧ ଦମ୍ପତିଙ୍କୁ ସହାୟତା ।ଗଲା ମାସେ ତଳେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ଏନ.ଆର.ବଗଡ ଗ୍ରାମର ଖବର ସାରା ରାଜ୍ୟକୁ କଲବଲ କରିଥିଲା । ଏକ ପରିତ୍ୟକ୍ତ ବିଦ୍ୟାଳୟ ଗୃହରେ ଦୁଇଜଣ ବୃଦ୍ଧ ଦମ୍ପତି ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରଶାରଣ ହେବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଖରେ ପହଁଚି ପାରିନଥିଲା । ହେଲେ ମଣିଷତ୍ୱ ମରିନି । ବିଭିନ୍ନ ସାମାଜିକ ସଙ୍ଗଠନର ସଦସ୍ୟମାନେ ସେମାନଙ୍କ ପାଖରେ ପହଁଚି ସାହାର୍ଯ୍ୟର ହାତ ବଢାଇଥିଲେ । ସେହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗ୍ରାମର ଦଶମା କିନ୍ନର ସଂଘର ସଦସ୍ୟମାନେ ବୃଦ୍ଧ ଦମ୍ପତିଙ୍କୁ ଭେଟିଥିଲେ । ସଂଘ ପକ୍ଷରୁ ସେମାନଙ୍କୁ ତିନି ମାସର ରାସନ ସାମଗ୍ରୀ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଗକୁ ମଧ୍ୟ ଏହି ବୃଦ୍ଧ ଦମ୍ପତିଙ୍କୁ ସହାୟତା ଜାରି ରଖାଯିବ ବୋଲି ସଂଘ ପ୍ରତିଶ୍ରୁତି ଦେଇଛି । କିନ୍ନର ସଂଘର ଏହି ମାନବିକତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ଗଣେଶ ପାଣିଗ୍ରାହୀ ରିପୋର୍ଟ