ନିଶା ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ବଡ଼ ସଫଳତା୪୪ ଗ୍ରାମ ବ୍ରାଉନ୍ ସୁଗାର ସହ ୪ ଅଭିଯୁକ୍ତ ଗିରଫ, କାର ଓ ବାଇକ୍ ଜବତ

ନିଶା ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ବଡ଼ ସଫଳତା୪୪ ଗ୍ରାମ ବ୍ରାଉନ୍ ସୁଗାର ସହ ୪ ଅଭିଯୁକ୍ତ ଗିରଫ, କାର ଓ ବାଇକ୍ ଜବତ

ନିଶା ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ବଡ଼ ସଫଳତା୪୪ ଗ୍ରାମ ବ୍ରାଉନ୍ ସୁଗାର ସହ ୪ ଅଭିଯୁକ୍ତ ଗିରଫ, କାର ଓ ବାଇକ୍ ଜବତ

ଭଞ୍ଜନଗରଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାଉନ୍ ସୁଗାର କାରବାର ଉପରେ ଚଢ଼ାଉ କରି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୪ ଗ୍ରାମ ବ୍ରାଉନ୍ ସୁଗାର, ୧୪ ହଜାର ୬ ଶହ ଟଙ୍କା ନଗଦ, ୪ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ଗୋଟିଏ ଫୋର୍ଡ ଇକୋସ୍ପୋର୍ଟ କାର୍ ଏବଂ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ୍ ଜବତ କରାଯାଇଛି।ଭଞ୍ଜନଗର ଥାନା ଅଧୀନ ମା’ ସୋରା ଦେବୀ ମନ୍ଦିର ଓ ବୁଦୁଲି ଗାଁ ମଧ୍ୟରେ ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏସ୍‌ଆଇ ସମୀର କୁମାର ସେଠୀ ଓ ଷ୍ଟାଫ୍ ପେଟ୍ରୋଲିଂ ଏବଂ ବ୍ଲକିଂ ଡ୍ୟୁଟି କରୁଥିବା ସମୟରେ ଏହି ସଫଳତା ମିଳିଥିଲା।ସୂଚନା ଅନୁଯାୟୀ, ପୋଲିସ ଏକ ଫୋର୍ଡ ଇକୋସ୍ପୋର୍ଟ କାର୍ ଏବଂ ଏକ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଅଭିଯୁକ୍ତମାନେ ଭଞ୍ଜନଗର ଓ ଗାଙ୍ଗପୁର ଅଞ୍ଚଳରେ ବ୍ରାଉନ୍ ସୁଗାର ବିକ୍ରି କରିବାକୁ ଆସିଥିବା ପୋଲିସକୁ କହିଥିବା ସୂଚନା ମିଳିଛି। ଏହାସହ କିଛି ବ୍ରାଉନ୍ ସୁଗାର ପୂର୍ବରୁ ବିକ୍ରି କରିଥିବା ନେଇ ମଧ୍ୟ ପୋଲିସ ତଥ୍ୟ ପାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ବାଉଁଶାଳୁଣ୍ଡି ଗ୍ରାମର ରିପୁ ଓରଫ ଅମିତ କୁମାର ବେହେରା, ଚଢ଼ିଆପଲ୍ଲୀର ସରୋଜ କୁମାର ମହାନ୍ତି, ଲଣ୍ଡାଜୁଆଳିର ସତୀଶ ଓରଫ ମାନସ ରଞ୍ଜନ ଜେନା ଏବଂ କାନ୍ହୁ ଚରଣ ଜେନା।ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ଡଃ ଦୀପକ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ନିଶା କାରବାର ଚକ୍ରରେ ସମ୍ପୃକ୍ତ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।ଭଞ୍ଜନଗରରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ।