ଗଞ୍ଜାମ ଜିଲ୍ଲାରେ ମା’ କନ୍ଧୁଣୀ ଦେବୀଙ୍କ ଆଶୀର୍ବାଦ ନେଲେ ମହାମହିମ ରାଷ୍ଟ୍ରପତି

ଗଞ୍ଜାମ ଜିଲ୍ଲାରେ ମା’ କନ୍ଧୁଣୀ ଦେବୀଙ୍କ ଆଶୀର୍ବାଦ ନେଲେ ମହାମହିମ ରାଷ୍ଟ୍ରପତି

ଗଞ୍ଜାମ ଜିଲ୍ଲାରେ ମା’ କନ୍ଧୁଣୀ ଦେବୀଙ୍କ ଆଶୀର୍ବାଦ ନେଲେ ମହାମହିମ ରାଷ୍ଟ୍ରପତି

ତପ୍ତପାଣିରେ ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂଜାର୍ଚ୍ଚନା

ଗଞ୍ଜାମ/ତପ୍ତପାଣି: ଗଞ୍ଜାମ ଜିଲ୍ଲା ତପ୍ତପାଣି ଠାରେ ଥିବା ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମା’ କନ୍ଧୁଣୀ ଦେବୀଙ୍କ ଆଶୀର୍ବାଦ ନେଇଥିଲେ।ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ପରିବେଶ ଦେଖାଦେଇଥିଲା। ରାଷ୍ଟ୍ରପତିଙ୍କ ମନ୍ଦିର ପରିଦର୍ଶନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା।ଏହି ପବିତ୍ର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଓଡ଼ିଶାର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ।ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ରାଷ୍ଟ୍ରପତି ମା’ଙ୍କ ଆଶୀର୍ବାଦ ନେଇଥିବା ଘଟଣା ଗଞ୍ଜାମବାସୀଙ୍କ ପାଇଁ ଏକ ଗୌରବର ବିଷୟ ହୋଇଛି।ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ