ଗଞ୍ଜାମ ଜିଲ୍ଲା ମୂଖ୍ୟ କିରାଣୀ ବିଜୟ କୁମାର ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।
ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହର ପ୍ରସାଦ ଶତପଥୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟ କର୍ମଚାରୀ ସଂଘ ତରଫରୁ ମୁଖ୍ୟ କିରାଣୀ ଶ୍ରୀ ବିଜୟ କୁମାର ନାୟକଙ୍କ ପାଇଁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଯାଇଅଛି। ସଭାର ପ୍ରଥମାର୍ଦ୍ଧରେ ନୂତନ ରୂପେ ଦାୟିତ୍ୱ ନିର୍ବାହ କରିଥିବା ଅଧ୍ୟକ୍ଷଙ୍କୁ କର୍ମଚାରୀ ସଂଘ ତରଫରୁ ଆନୁଷ୍ଠାନିକ ରୂପେ ସ୍ବାଗତ କରାଯାଇଥିଲା। ଏହି ସଭାରେ ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ଡ. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବିଭୂତିଭୂଷଣ ବେବର୍ତ୍ତା କର୍ମଚାରୀ ସଂଘର ଆବାହକ ଇଁରାଜୀ ବିଭାଗ ମୁଖ୍ୟା ଶ୍ରୀମତୀ କୁମାରୀ ପଦ୍ମାବତୀ ମଲ୍ଲିକ ମଞ୍ଚାସୀନ ଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଜିତ୍ କୁମାର ମୁନୀ ସ୍ୱାଗତ ଭାଷଣ ସହ ସମସ୍ତ ଅତିଥିଙ୍କୁ ମଞ୍ଚାସୀନ ତଥା ପରିଚୟ ପ୍ରଦାନ କରିଥିଲେ ଏବଂ ମୁଖ୍ୟ କିରଣୀଙ୍କ ମାନପତ୍ର ପଠନ କରିଥିଲେ। ସମସ୍ତ ମଞ୍ଚାସୀନ ଅତିଥି ଏବଂ ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ, ଗଣିତ ଅଧ୍ୟାପକ ଚିତ୍ରସେନ ବେହେରା, ସୂଚନା ପ୍ରଯୁକ୍ତିବିଦ୍ୟା ଅଧ୍ୟାପକ ସରୋଜ କୁମାର ପଣ୍ଡା ଏବଂ କନିଷ୍ଠ କିରାଣୀ ଟିଟୁ ବେହେରା ସେବା ନିବୃତ୍ତି ହେବାକୁ ଯାଉଥିବା ମୁଖ୍ୟ କିରାଣୀ ବିଜୟ କୁମାର ନାୟକଙ୍କୁ ଜଣେ ଅମାୟିକ, ସ୍ୱଳ୍ପଭାଷି, ପରିଶ୍ରମୀ, ବ୍ୟବହାରକୁଶଳୀ, ଦାୟିତ୍ୱବାନ, କାର୍ଯ୍ୟକୁଶଳୀ, ରୂପେ ବର୍ଣ୍ଣନା କରିଥିଲେ ଏବଂ ତାଙ୍କର ଦୀର୍ଘ ଜୀବନର ଅତି ସୁନ୍ଦର କାର୍ଯ୍ୟ ପ୍ରଣାଳୀକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଏବଂ ତାଙ୍କର ଅବଶିଷ୍ଠ ଜୀବନକୁ ପୁଷ୍ପିତ, ସ୍ୱାଚ୍ଛନ୍ଦ୍ୟ ଏବଂ ନିରାମୟ କରିବା ପାଇଁ ପ୍ରଭୁ ଜଗନ୍ନାଥ ନିକଟରେ ପ୍ରାର୍ଥନା କରିଥିଲେ। ଅବସରକାଳୀନ ମୁଖ୍ୟ କିରାଣୀ ଶ୍ରୀନାୟକଙ୍କୁ ଅଧ୍ୟକ୍ଷଙ୍କ କରକମଳରେ ଉପଢୌକନ, ମାନପତ୍ର, ଭାଗବତ୍ ଗୀତା ସହ ଉପହାର ପ୍ରଦାନ କରାଯାଇଥିଲା। ସଭାସ୍ଥଳରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିବାର ନଜିର ରହିଛି। ସଭା କୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଚ୍ଛଦପଟ୍ଟରେ ଲାବରୋଟରି ଶିକ୍ଷକ ଧନଞ୍ଜୟ ମହାପାତ୍ର, ସନାତନ ପାଢ଼ୀ, ଗ୍ରନ୍ଥାଗାରିକ ପିଙ୍କୁ ବିଷୋୟୀ, ସନ୍ତୋଷ ମିଶ୍ର, ବନ୍ଦୀ ପ୍ରଧାନ ଇତ୍ୟାଦିଙ୍କ କର୍ମ ତତ୍ପରତା ଦେଖାଦେଇଥିଲା। ପରିଶେଷରେ କର୍ମଚାରୀ ସଂଘର ଆବାହିକା ତଥା ସଚିବ ଶ୍ରୀମତୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
