ପସରା କେ.ବି.ହିଷ୍ଟ କଲେଜ ରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ….

ପସରା କେ.ବି.ହିଷ୍ଟ କଲେଜ ରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ....

ପସରା କେ.ବି.ହିଷ୍ଟ କଲେଜ ରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ….

କନ୍ଧମାଳ :୨/୮ (ରିପୋର୍ଟ କୁନା ଦିଗାଲ ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପଞ୍ଚବଟି ପସରା ସ୍ଥିତ କେ.ବି.ହିଷ୍ଟ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ ନୂତନ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜନ୍ମେଜୟ ନାୟକଙ୍କ ଅଧ୍ୟକ୍ଷତାରେ ଭବ୍ୟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ପ୍ରତିଷ୍ଠାତା ସଦସ୍ୟମାନେ ଯୋଗଦେଇ ନୂତନ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ ଉତ୍ସାହିତ କରିଥିଲେ। ଅତିଥି ଭାବେ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ ଦିଗାଲ, ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ହେମାନନ୍ଦ ଦିଗାଲ,ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟବାନ ନାୟକ, ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା କୁମାରୀ ପ୍ରଧାନ ଏବଂ ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ରସନି ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଶୃଙ୍ଖଳିତ ଜୀବନ ଗଠନ ଓ ଶିକ୍ଷାର ମହତ୍ତ୍ଵ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଏହା ସହିତ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ଫାଉଣ୍ଡର ମେମ୍ବର ଶ୍ରୀ ଯୁକ୍ତ ବିଭୀଷଣ ସାହାଣୀ ଓ ଶ୍ରୀ ଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦିଗାଲ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସର ରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୋଭା ବଢ଼ାଇଥିଲେ। ଉତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ନାଚ, ଖେଳ ଏବଂ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନ ଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ କଲେଜ ଇନଚାର୍ଜ ସମସ୍ତ ନୂତନ ଛାତ୍ରଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତି ଘୋଷଣା କରିଥିଲେ।